୩ ଦିନ ଯାଏ ରାଜ୍ୟରେ ବର୍ଷା
ଆସନ୍ତାକାଲିଠୁ ୩ ଦିନ ଯାଏ ରାଜ୍ୟରେ ବର୍ଷା ସମ୍ଭାବନା । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଗୁରୁଚାପ ବଳୟ ସକ୍ରିୟ ହେବା ସହିତ ନିମ୍ନ ଚାପରେଖାର ସଂସ୍ପର୍ଶରେ ଆସିବା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ୧୪ ତାରିଖରେ ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ଵର ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ୧୫ ତାରିଖରୁ ବର୍ଷାର ପରିମାଣ ବଢିବା ସହିତ ସାରା ରାଜ୍ୟରେ ବର୍ଷା ହେବ । ସେହିପରି ୧୬ ତାରିଖ ଦିନ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ ।