ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଅଟକ ରଖିଥିବା ଭାରତର ୮ଜଣ ଅବସରପ୍ରାପ୍ତ ନୌସେନା କର୍ମଚାରୀଙ୍କୁ କତର ମୁକ୍ତ କରିଥିବା କଥା ଗତରାତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସୂଚନା ଦେଇଛି।ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି ଯେ, ଘରୋଇ ପ୍ରତିଷ୍ଠାନ ଅଲ୍ ଦାହରା ଗ୍ଲୋବାଲ୍ କମ୍ପାନିରେ କାର୍ଯ୍ୟ କରୁଥିବା ଭାରତୀୟ ନୌସେନାର ୮ଜଣ ପୂର୍ବତନ କର୍ମଚାରୀଙ୍କ ମଧ୍ୟରୁ ୭ଜଣ କତରରୁ ଭାରତକୁ ଫେରିଛନ୍ତି।ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି, ଦାହରା ଗ୍ଲୋବାଲ୍ କମ୍ପାନିରେ କାମ କରୁଥିବା ଯେଉଁ ୮ଜଣ ଭାରତୀୟ ନାଗରିକ କତରରେ ଅଟକ ଥିଲେ ସେମାନଙ୍କ ମୁକ୍ତିକୁ ଭାରତ ସରକାର ସ୍ବାଗତ କରୁଛନ୍ତି। ୮ଜଣଙ୍କ ମଧ୍ୟରୁ ୭ଜଣ ଭାରତରେ ପହଞ୍ଚିଛନ୍ତି।
Trending
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
Prev Post
Next Post