ଡେୟରୀ ମିଲ୍କ ଚକୋଲେଟରୁ ବାହାରିଲା ପୋକ
ଆଜିକାଲି ଲୋକମାନେ ଅନଲାଇନ୍ ଜରିଆରେ ବିଭିନ୍ନ ପ୍ରକାରର ଖାଦ୍ୟ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ, ଡ୍ରେସ, ବୈଦ୍ୟୁତିକ ସରଞ୍ଜାମ ଅର୍ଡର କରୁଛନ୍ତି । ତେବେ ଅନେକ ସମୟରେ ଖାଦ୍ୟ ବଦଳରେ ଅନ୍ୟ କିଛି ସାମଗ୍ରୀ ଘରେ ପହଞ୍ଚୁଥିବାର ଦେଖାଯାଇଥାଏ । ତେବେ ଏହା ମଧ୍ୟରେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି କ୍ୟାଡବରୀ ଡେୟରୀ ମିଲକ ଚକୋଲେଟ ଅର୍ଡର କରିଥିବା ବେଳେ ସେଥିରୁ ପୋକ ବାହାରିଥିଲା ।ସୂଚନା ମୁତାବକ, ଜଣେ ବ୍ୟକ୍ତି ତେଲେଙ୍ଗାନାର ମେଟ୍ରୋ ଷ୍ଟେସନ ସ୍ଥିତ ଏକ ଷ୍ଟୋରରୁ ଡେୟରୀ ମିଲ୍କ ଚକୋଲେଟ କିଣିଥିଲେ । ତେବେ ଦୁର୍ଭାଗ୍ୟବଶତଃ ଉକ୍ତ ଚକୋଲୋଟରୁ ପୋକ ବାହାରିଥିଲା । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ବ୍ୟକ୍ତି ଜଣଙ୍କ କହିଛନ୍ତି, ‘ଫେବୃଆରୀ ୯ ତାରିଖରେ ସେ ଉକ୍ତ ୪୫ ଟଙ୍କା ଦେଇ ଉକ୍ତ ଚକୋଲୋଟ କିଣିଥିଲେ । ମାତ୍ର ଉକ୍ତ ଚକୋଲେଟରୁ ପୋକ ବାହାରିଥିଲା ।