ପଶ୍ଚିମବଙ୍ଗର ଜାମିଆତ୍ ଉଲେମା-ଏ-ହିନ୍ଦ ତଥା ଟିଏମସି ନେତା ସିଦ୍ଦିକୁଲାହ ଚୌଧୁରୀ ଜ୍ଞାନବାପୀ ମାମଲାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ଏହା ସହ ମସଜିଦକୁ ନେଇ ଚାଲିଥିବା ବିବାଦ ଉପରେ ମଧ୍ୟ ସେ ଟିପ୍ପଣୀ ଦେଇଛନ୍ତି । ‘ଯଦି ଆପଣ ପଶ୍ଚିମବଙ୍ଗ ଆସନ୍ତି ତେବେ ଆମେ ଆପଣଙ୍କୁ ଘେରାଉ କରିବୁ’ ବୋଲି ସିଦ୍ଦିକୁଲାହ ଚୌଧୁରୀ ଯୋଗୀ ଆଦିତ୍ୟନାଥଙ୍କୁ ଚେତାବନୀ ଦେଇଛନ୍ତି । ଏହା ସହ ସେ ହିନ୍ଦୁମାନଙ୍କୁ ଜ୍ଞାନବାପୀ ମସଜିଦ୍ ଶୀଘ୍ର ଖାଲି କରିବା ପାଇଁ ନିବେଦନ କରିଛନ୍ତି ।ଦିନକୁ ଦିନ ଜ୍ଞାନବାପୀ ମସଜିଦ୍ ମାମଲାକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏଥିମଧ୍ୟରେ ମସଜିଦରେ ପୂଜାର୍ଚ୍ଚନା ଉପରେ ରୋକ୍ ଲଗାଇବା ପାଇଁ ଜାମିଆତ୍ ଉଲେମା-ଏ-ହିନ୍ଦ ପକ୍ଷରୁ କୋଲକାତାରେ ରାଲି ପ୍ରଦର୍ଶନ କରାଯାଇଥିଲା । ଏହି ରାଲିରେ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ଚୌଧୁରୀ । ଯୋଗୀ ଆଦିତ୍ୟନାଥ ଯଦି ପଶ୍ଚିମବଙ୍ଗ ଆସନ୍ତି ତେବେ ତାଙ୍କୁ ଯିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ସେ କହିଥିଲେ, ‘ମସଜିଦରେ ହିନ୍ଦୁମାନେ ଜବରଦସ୍ତି ପୂଜା ଆରମ୍ଭ କରିଛନ୍ତି । ସେମାନେ ତୁରନ୍ତ ମସଜିଦ୍ ଖାଲି କରନ୍ତୁ । ଆମେ ମନ୍ଦିରରେ ନମାଜ୍ ପଢ଼ିବା ପାଇଁ ଯାଉନୁ ତେବେ ହିନ୍ଦୁମାନେ ଆମ ମସଜିଦରେ କ’ଣ ପାଇଁ ଆସୁଛନ୍ତି ? ଯଦି କେହି ଆମ ମସଜିଦକୁ ମନ୍ଦିରରେ ପରିଣତ କରିବାକୁ ଚାହାଁନ୍ତି ତେବେ ଆମେ ଚୁପ୍ ବସିବୁ ନାହିଁ । ଏମିତି ହୋଇପାରିବ ନାହିଁ ।
Trending
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
Prev Post
Next Post