ନିୟମ ଉଲ୍ଲଂଘନ କାରଣରୁ ୪ଟି ବ୍ୟାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୪ଟି ସମବାୟ ବ୍ୟାଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗୁ କରାଯାଇଛି । ନକୋଦର ହିନ୍ଦୁ ସହରୀ ସମବାୟ ବ୍ୟାଙ୍କ, ପାରସୀ ସମବାୟ ବ୍ୟାଙ୍କ, ବମ୍ବୋ ମର୍ଚାଣ୍ଟାଇଲ ସମବାୟ ବ୍ୟାଙ୍କ ଓ ଦି ନବନିର୍ମାଣ ସମବାୟ ବ୍ୟାଙ୍କ ଉପରେ ଲକ୍ଷାଧିକ ଟଙ୍କାର ଜରିମାନା ଲାଗୁ କରାଯାଇଛି ।ବମ୍ବେ ମର୍ଚାଣ୍ଟାଇଲ ସମବାୟ ବ୍ୟାଙ୍କ ଉପରେ ୬୩.୩୦ ଲକ୍ଷ, ପାରସୀ ସମବାୟ ବ୍ୟାଙ୍କ ଉପରେ ୪୩.୪୦ ଲକ୍ଷ, ନକୋଦର ହିନ୍ଦୁ ସହରୀ ସମବାୟ ବ୍ୟାଙ୍କ ଉପରେ ୬ ଲକ୍ଷ ଓ ଦି ନବନିର୍ମାଣ ସମବାୟ ବ୍ୟାଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯାଇଛି । ନିର୍ଦ୍ଦେଶନାମା ପାଳନ ନ କରିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଆରବିଆଇ ଏକ ନୋଟିସ୍ ଜାରି କରି ସୂଚନା ଦେଇଛି । ସୂଚନାଯୋଗ୍ୟ ଯେ, ସରକାରୀ, ଘରୋଇ ଓ ସମବାୟ ବ୍ୟାଙ୍କମାନଙ୍କ ପାଇଁ ଆରବିଆଇ କିଛି ନିୟମ ଲାଗୁ କରିଥିବା ବେଳେ ବ୍ୟାଙ୍କମାନେ ସେହିସବୁ ନିୟମ ପାଳନ ନକଲେ ଆକ୍ସନ ନିଆଯାଇଥାଏ ।
Trending
- ଆଜିଠୁ ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ବନ୍ଦ
- ବେଆଇନ ଲଘୁଖଣିଜ ପଦାର୍ଥ ଚୋରାଚାଲାଣ ପୋଲିସର ଚଢାଉ ୯ଗାଡି ଜବତ ୮ଡ୍ରାଇଭର ଅଟକ
- ଅକ୍ଷୟ ତୃତୀୟା ଅବସରରେ ୫୦ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ୧ ହଜାର କୋଟି ଟଙ୍କାର ସହାୟତା ରାଶି ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ
- ଆଗାମୀ ଜନଗଣନା ପ୍ରକ୍ରିୟାରେ ଜାତିଗଣନାକୁ ଅନ୍ତର୍ଭୁକ୍ତ ହେବ
- ବୋମା ମାଡ଼ ଘଟଣା ୩ଅଭିଯୁକ୍ତ ଗିରଫ
- ନିଆଁ ଲାଗି ପୋଡିଗଲା ୩ବଖରା ଚାଳ ଘର ଓ ଗୋଟିଏ ଦୋକାନ ଗୃହ
- ଟାଙ୍ଗୀ ବ୍ଲକ କଂଗ୍ରେସ ର ମହମବତୀ ଶୋଭାଯାତ୍ରା
- ପହଲଗାମ ଆତଙ୍କୀ ଆକ୍ରମଣ ଘଟଣାର ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜିର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୋଦୀ
- ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୨୪ ମାଓବାଦୀ
- ବିଭିନ୍ନ କ୍ଷେତ୍ରରେ ବଳିଷ୍ଠ ଅବଦାନ ପାଇଁ ୭୧ ଜଣଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ