‘ପ୍ରପୋଜ ଦିବସ’କାହିଁକି ପାଳନ କରାଯାଏ?
ପ୍ରତିବର୍ଷ ୮ ଫେବୃଆରୀରେ Propose Day ପାଳନ କରାଯାଏ। ତେବେ କଣ ଆପଣ ଜାଣନ୍ତି କି ଏହି ଦିନର ମହତ୍ତ୍ୱ କଣ? ପ୍ରୋପଜ ଦିବସ ଦମ୍ପତ୍ତିଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର, କାରଣ ଏହି ଦିନ ସେମାନେ ଖୋଲା ଖୋଲି ଭାବରେ ପରସ୍ପର ପ୍ରତି ଥିବା ପ୍ରେମକୁ ପ୍ରକାଶ କରନ୍ତି। ଭାଲେଣ୍ଟାଇନ୍ ସପ୍ତାହର ଦ୍ୱିତୀୟ ଦିନରେ ଏହା ପାଳନ କରାଯାଏ। ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ହୃଦୟ କଥା କହି ନାହାଁନ୍ତି, ତେବେ ଆପଣ ଏହି ଦିନରେ ନିଜ ପ୍ରିୟ ଲୋକଙ୍କୁ ପ୍ରୋପଜ କରିପାରିବେ।ଏହି ମାସରେ ଲୋକମାନେ ନିଜ ପ୍ରିୟ ଲୋକଙ୍କ ସହିତ ଅଧିକ ସମୟ ବିତାଇବାକୁ ପସନ୍ଦ କରନ୍ତି। ଏହା ଏକ ସମୟ, ଯାହା ଦ୍ୱାରା ଆପଣ ଯାହାକୁ ଚାହିଁବେ ନିଜର ପ୍ରେମକୁ ପ୍ରକାଶ କରିପାରିବେ। ତେବେ ଆଜିର ଦିନରେ ଯୁବପିଢ଼ିଙ୍କ ଏହା ଏକ ଟ୍ରେଣ୍ଡ ପାଲଟିଛି। ଆଜିଠୁ ଫେବୃଆରୀ ପ୍ରେମ ସପ୍ତାହ ଆରମ୍ଭ ହୋଇଥିବା ବେଳେ ଏହି ଉତ୍ସବ ଆସନ୍ତା ୧୪ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ।