ସାଂସଦ ଅନୁଭବ ଓ ଅଭିନେତ୍ରୀ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ନିଜର ବିବାହ ବିଚ୍ଛେଦ ବାବଦରେ ନିଜେ ଅନୁଭବ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ସୂଚନା ଦେଇଛନ୍ତି । ବିବାହର ୧୦ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କର ଛାଡ଼ପତ୍ର ହୋଇଥିବା ଅନୁଭବ ଲେଖିଛନ୍ତି । ଏହି ଅବସରରେ ଅନୁଭବ କୋର୍ଟଙ୍କ ଅର୍ଡରର ଏକ ଫଟୋକପିକୁ ସଂଲଗ୍ନ କରିଛନ୍ତି । ଗତ ୧୦ ବର୍ଷର ବିବାହ ବନ୍ଧନ ତାଙ୍କ ପାଇଁ ବେଶ୍ କଷ୍ଟଦାୟକ, ହୃଦୟହୀନ ଓ ଅର୍ଥହୀନ ଥିଲା ବୋଲି ସେ କହିଛନ୍ତି । ଫେବୃଆରୀ ୮ ତାରିଖରେ ତାଙ୍କର ବିବାହକୁ ୧୦ ବର୍ଷ ପୂରିଥିବା ବେଳେ ଏହାର ଗୋଟିଏ ଦିନ ପୂର୍ବରୁ ତାଙ୍କର ବିବାହ ବିଚ୍ଛେଦ ହୋଇଥିବା ଅନୁଭବ କହିଛନ୍ତି ।ସୂଚନାଯୋଗ୍ୟ ଯେ, ପୂର୍ବରୁ ଅନୁଭବଙ୍କ ଛାଡ଼ପତ୍ର ଆବେଦନକୁ ପରିବାର କୋର୍ଟ ଖାରଜ କରିଦେଇଥିଲେ । ଏଥିସହିତ ଦୁହେଁ ଏକାଠି ରହିବା ନେଇ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଅଗ୍ରାହ୍ୟ କରିଦେଇଥିଲେ । ଏନେଇ ଅନୁଭବ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ହାଇକୋର୍ଟ ଅନୁମତି ଦେବା ପରେ ବର୍ଷାଙ୍କୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ହୋଇଥିଲା । ବର୍ଷା ବିବାହ ବିଚ୍ଛେଦରେ ପୂର୍ଣ୍ଣଚ୍ଛେଦ ଟାଣିବେ କି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ ସେନେଇ ପ୍ରଶ୍ନ ଉଠିଥିଲା ।
Trending
- ଚାଷୀ ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ , ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Next Post