ଧନ ହରାଇଥିବା ବିଲିୟନେୟାରଙ୍କ ମଧ୍ୟରେ ମସ୍କ
ବିଶ୍ବର କୋଟିପତିମାନଙ୍କ ତାଲିକାରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ୧ ନମ୍ବର କୋଟିପତି ମୁକୁଟ ହରାଇ ପାରନ୍ତି ଏଲନ ମସ୍କ। ଜେଫ୍ ବେଜୋସ୍ ପୁଣି ଥରେ ବିଶ୍ବର ସବୁଠୁ ଧନୀ ବ୍ୟକ୍ତି ସାଜିବାକୁ ଆଉ ମାତ୍ର ୫ ବିଲିୟନ ଡଲାର ଦୂରରେ ଅଛନ୍ତି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଏଲନ ମସ୍କ ଏବେ ୨୦୦ ବିଲିୟନ ଡଲାରର ମୋଟ୍ ସମ୍ପତ୍ତି ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଜେଫ୍ ବେଜୋସ୍ ଦ୍ବିତୀୟ ସ୍ଥାନରେ ଅଛନ୍ତି। ତାଙ୍କର ମୋଟ୍ ସମ୍ପତ୍ତି ୧୯୫ ବିଲିୟନ ଡଲାରରେ ପହଞ୍ଚିଛି।