୮ ତାରିଖ ଯାଏଁ ଜାରି ରହିବ ଓଡ଼ିଆ ଭାଷା ସମ୍ମିଳନୀ: ପ୍ରଶଂସା ସାଉଁଟିଲେ ସରକାର

ଆଜି ଉଦ୍‌ଯାପନୀ ହେବାକୁ ଥିବା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ର ଅବଧି କୁ ଆଉ କିଛି ଦିନ ବଢ଼େଇ ଦିଆ ଯାଇଛି ।  ପ୍ରବଳ ଜନସମାଗମକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି । ସମ୍ମିଳନୀ ଆସନ୍ତା ୮ ତାରିଖ ଯାଏଁ ଜାରି ରହିବ । ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି,ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଣିକି ପ୍ରତି ୫ ବର୍ଷରେ ଥରେ ଏହି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ କରାଯିବ। ସୂଚନାଯୋଗ୍ୟ, ସାରା ବିଶ୍ୱରେ ଓଡ଼ିଆ ଭାଷାର ପ୍ରଚାର-ପ୍ରସାର, ସଂରକ୍ଷଣ ଏବଂ ଓଡ଼ିଆ ଭାଷା ପ୍ରୀତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏଭଳି ସମ୍ମିଳନୀର ଆୟୋଜନ କରିଛନ୍ତି ରାଜ୍ୟ ସରକାର। ଏଥିରେ ଅନ୍ତର୍ଜାତୀୟସ୍ତରର ଭାଷାବିତ୍, ଲେଖକ, ସାହିତ୍ୟିକ, ବୁଦ୍ଧିଜୀବୀ, ଭାଷା ପ୍ରେମୀ ଯୋଗ ଦେଇଛନ୍ତି। ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ୍ ସମ୍ମିଳନୀରେ ସାମିଲ୍ ହୋଇଛନ୍ତି। ଭାଷା ସମ୍ମିଳନୀରେ ଶୋଭା ପାଉଛି ଓଡ଼ିଆ ଭାଷାର ଅସ୍ମିତା। ‘ଅ’ ଠାରୁ ଆରମ୍ଭ କରି ‘ଲ’ ପର୍ଯ୍ୟନ୍ତ ଅକ୍ଷର, ଓଡ଼ିଆ ଭାଷାର ପରିଚୟ ଦେଉଛି। ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଦର୍ଶାଉଛି।