ନ୍ୟୁ ଜର୍ସିରେ ଫିଫା ବିଶ୍ୱକପ୍ ଫାଇନାଲ୍
୨୦୨୬ ବିଶ୍ୱକପ୍ ଫାଇନାଲ୍ ନ୍ୟୁୟର୍କ/ ନ୍ୟୁ ଜର୍ସିର ମେଟ୍ ଲାଇଫ୍ ଷ୍ଟାଡ଼ିୟମରେ ଆୟୋଜିତ ହେବ । ଏନେଇ ଫିଫା ଆୟୋଜକମାନଙ୍କ ପକ୍ଷରୁ ରବିବାର ଘୋଷଣା କରାଯାଇଛି । ମେକ୍ସିକୋ ସହରର ପ୍ରତିଷ୍ଠିତ ଏଜ୍ଟେକା(Azteca) ଷ୍ଟାଡ଼ିୟମରେ ଜୁନ ୧୧ରେ ଉଦ୍ଘାଟନୀ ମ୍ୟାଚ୍ ଖୋଳାଯିବ । FIFA ବିଶ୍ୱକପ୍ ଫାଇନାଲ୍ USA, କାନାଡ଼ା ଏବଂ ମେକ୍ସିକୋ ଦ୍ୱାରା ମିଳିତ ଭାବେ ଆୟୋଜିତ ହେଉଛି । ୨୦୨୬ ବିଶ୍ୱକପ୍ ଫାଇନାଲରେ ୩ଟି ଦେଶର ମୋଟ୍ ୧୬ଟି ଶହର ଖେଳର ଆୟୋଜନ କରିବେ ଯେଉଁଥିରେ ଆମେରିକାରେ ଅଧିକାଂଶ ମ୍ୟାଚ୍ ଖେଳାଯିବ ।
FIFA ଅଧ୍ୟକ୍ଷ ଜିଆନୀ ଇନେ୍ଫାଣ୍ଟିନୋଙ୍କ କହିବାନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ହେଉଛି ସବୁଠାରୁ ଇନକ୍ଲୁସିଭ୍ ଏବଂ ପ୍ରଭାବଶାଳୀ ଫିଫା ବିଶ୍ୱକପ୍ । ଏହା ଏକ ସ୍ୱପ୍ନ ନୁହେଁ ବରଂ ବାସ୍ତବିକତା । ଏହି ବିଶ୍ୱକପ୍ କାନାଡ଼ା, ମେକ୍ସିକୋ ଏବଂ ଆମେରିକାର ୧୬ଟି ଆତ୍ୟାଧୁନିକ ଷ୍ଟାଡ଼ିୟମରେ ୧୦୪ଟି ମ୍ୟାଚ ଖେଳାଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଟଲାଣ୍ଟା ଏବଂ ଡଲାସ୍(Dallas) ସେମିଫାଇନାଲ୍ ଆୟୋଜନ କରିବେ । ସେହିପରି ଲସ୍ ଏଞ୍ଜେଲ୍ସ, କେନସସ୍ ସିଟି, ମିଆମି ଏବଂ ବୋଷ୍ଟନରେ କ୍ୱାଟର ଫାଇନାଲ ମ୍ୟାଚ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ସହରରୁ ମୋଟ୍ ୪୮ ଜଣ ଦଳ ଅଂଶଗ୍ରହଣ କରିବେ ।