ଇଟାଲୀର ସବୁଠାରୁ ସକ୍ରିୟ ଆଗ୍ନେୟଗିରି ହେଉଛି ମାଉଣ୍ଟ ଭେସୁଭିୟସ୍, ଯାହା ୭୯ ଖ୍ରୀଷ୍ଟାବ୍ଦରେ ପୋମ୍ପି ସହରକୁ ଧ୍ୱଂସ କରିଥିଲା । କିନ୍ତୁ ଏବେ ଏଥିରୁ ଅଧିକ ବିପଜ୍ଜନକ ଆଗ୍ନେୟଗିରି ବା ଜ୍ୱାଳାମୁଖୀ ସକ୍ରିୟ ହେବାକୁ ଯାଉଛି । ଏହାର ନାମ କ୍ୟାମ୍ପି ଫ୍ଲେଗେରି ବା ଫ୍ଲେଗ୍ରିନ୍ ଫିଲ୍ଡସ୍ । ଏହି ଆଗ୍ନେୟଗିରି ଅବସ୍ଥିତ ସ୍ଥାନରେ ଅନେକ ସହର ରହିଛି । ଆଗ୍ନେୟଗିରିର ସମଗ୍ର ଅଞ୍ଚଳ ୨୦୦ କିଲୋମିଟର ଧରି ବ୍ୟାପିଛି, ଯାହା ଇଟାଲୀର ମୁଖ୍ୟ ସହର ନେପଲ୍ସ ପର୍ଯ୍ୟନ୍ତ ଯାଇଛି । ଦୁଇଟି ଦ୍ୱୀପ ମଧ୍ୟ ଏଠାରେ ରହିଛି ।ତେବେ ଏକ ସମୟରେ ଏହି ସମଗ୍ର ଅଞ୍ଚଳରେ ଏକ ସକ୍ରିୟ ଜ୍ୱାଳାମୁଖୀ ଥିଲା । କିନ୍ତୁ ସମୟ ସହିତ ଯେତେବେଳେ ସ୍ଥାନଟି ଥଣ୍ଡା ହେଲା, ଲୋକମାନେ ଏହାର ଚାରିପାଖରେ ବସବାସ କରିବାକୁ ଲାଗିଲେ । ପ୍ରାୟ ୨୦ ଲକ୍ଷ ବର୍ଷ ପୂର୍ବେ ସକ୍ରିୟ ଥିବା ଜ୍ୱାଳାମୁଖୀ ଯୋଗୁଁ ଏଠାରେ ଏକ ବଡ଼ ଗର୍ତ୍ତ ମଧ୍ୟ ସୃଷ୍ଟି ହୋଇଥିଲା । ବୈଜ୍ଞାନିକ ଭାଷାରେ ଏହାକୁ ଜଏଣ୍ଟ କାଲଡେରା କୁହାଯାଏ, ଯାହା ବଡ଼ ବଡ଼ ଗର୍ତ୍ତ ଏବଂ ସମତଳ ଅଞ୍ଚଳକୁ ଦର୍ଶାଇ ଥାଏ । ଆଜି ବି ଏହି ଗର୍ତ୍ତଗୁଡିକ ଏଠାରେ ଦେଖିବାକୁ ମିଳେ । କିନ୍ତୁ ଆଗ୍ନେୟଗିରି ଶାନ୍ତ ଥିବାରୁ ଏହି ଗର୍ତ୍ତଗୁଡ଼ିକ ସବୁଜ ରଙ୍ଗରେ ପୂରି ରହିଛି ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post