ରାଜ୍ୟରେ କୋହଲା ପାଗ

ଆଜିଠୁ ଦକ୍ଷିଣ ଓଡିଶାରେ ହାଲୁକା କୁହୁଡି ସହ ଉତ୍ତର ଓଡିଶାରେ ହାଲୁକା ବର୍ଷା କରିବ ଅସ୍ତବ୍ୟସ୍ତ । ରାଜ୍ୟରେ ସକ୍ରିୟ ଥିବା ପଶ୍ଚିମା ଝଡ ପ୍ରଭାବରେ ଉତ୍ତର ଓଡ଼ିଶାର ସୁନ୍ଦରଗଡ, ଝାରସୁଗୁଡ଼ା, କେନ୍ଦୁଝର ଏବଂ ମୟୂରଭଞ୍ଜରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।ସେହିଭଳି ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର ଏବଂ କେନ୍ଦୁଝରରେ ବର୍ଷା ନେଇ ଆକଳନ କରାଯାଇଛି । ୩ ତାରିଖ ବେଳକୁ ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ହେବ।