ଇସ୍ତଫା ଦେବା ପରେ ଗିରଫ ହେଲେ ହେମନ୍ତ ସୋରେନ,
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ହେମନ୍ତ ସୋରେନ । ରାଜ୍ୟପାଳ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି । JMM ବିଧାୟକ ଦଳ ବୈଠକରେ ଚମ୍ପାଇ ସୋରେନଙ୍କ ନାମ ଘୋଷଣା କରାଯାଇଛି । ତେବେ ଇସ୍ତଫା ଦେବା ପରେ ଗିରଫ ହୋଇଛନ୍ତି ହେମନ୍ତ ସୋରେନ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସାଂସଦ ମହୁଆ ମାଝୀ କହିଛନ୍ତି ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ସୋରେନଙ୍କ ସହ ରାଜଭବନ ଯାଇଥିଲେ। ମୁଖ୍ୟମନ୍ତ୍ରୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ଅଛନ୍ତି।