ଓଡ଼ିଶାର ଏହି ସ୍ଥାନରେ ପ୍ରତିଷ୍ଠା ହେବ ୫ ଅତ୍ୟାଧୁନିକ ଡାକ୍ତରଖାନା

ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ପିପିପି ମୋଡ୍‌‌ରେ ଅତ୍ୟାଧୁନିକ ଡାକ୍ତରଖାନା ପ୍ରତିଷ୍ଠା କରାଯିବ। ଆଗାମୀ ଦୁଇବର୍ଷ ମଧ୍ୟରେ ଏହି ଡାକ୍ତରଖାନାଗୁଡ଼ିକ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି। ଏଠାରେ ସବୁ ପ୍ରକାର ସେବା ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ ଆଉ ବିଏସ୍‌‌କେୱାଇ ହିତାଧିକାରୀଙ୍କ ପାଇଁ ସମ୍ପୂର୍ଣ୍ଣ ମାଗଣାରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ। ସ୍ୱାସ୍ଥ୍ୟ ବିଭାଗ ଏବଂ ସମ୍ପୃକ୍ତ ଘରୋଇ ସଂସ୍ଥା ମଧ୍ୟରେ ଏ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।