ଲାଇଗର ଫିଲ୍ମରେ ଦମଦାର ଭୂମିକାରେ ନଜର ଆସିବେ ବିଜୟ ଦେବରକୋଣ୍ଡା
ମେଟ୍ରୋ ଟିଭି ବ୍ୟୁରୋ,୧/୧: ଫିଲ୍ମ ‘ଲାଇଗର’ ଫାଷ୍ଟ ଲୁକ୍ ଜାରି ହୋଇଛି। କରନ ଜୋହର ପ୍ରଯୋଜିତ ଏହି ଲାଇଗର ଫିଲ୍ମରେ ମୁଖ୍ୟ ଭୂମିକାରେ ବିଜୟ ଦେବରକୋଣ୍ଡା ଓ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି । ଫିଲ୍ମର ପ୍ରଥମ ଝଲକ ଫ୍ୟାନ ମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢିଯାଇଛି । ବିଜୟଙ୍କ ଆକ୍ସନ ଓ ଅନ୍ଦାଜ ଦେଖି ଫ୍ୟାନ୍ସଙ୍କ ଲୋକ ଟାଙ୍କୁରୀ ଯାଇଛି।
ଫିଲ୍ମରେ ବିଜୟ ଦେବରକୋଣ୍ଡା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛି। ଫିଲ୍ମରେ ମାର୍ଶଲ ଆର୍ଟ କରୁଥିବା ଭୂମିକାରେ ନଜର ଆସିବେ ବିଜୟ ।ଫିଲ୍ମ ‘ଲାଇଗର’ରେ ବକ୍ସିଂ ଚାମ୍ପିଅନ ମାଇକ ଟାଇସନ ପ୍ରମୁଖ ଭୂମିକାରେ ନଜର ଆସିବେ। ନିକଟରେ ଫିଲ୍ମର ଟିମ୍ ମେମ୍ବର ଲାସ ଭେଗାସରେ ଫିଲ୍ମରେ ସୁଟିଂ କରିଥିଲେ। ଯାହାର ଫଟୋ ବିଜୟ ଏବଂ ଅନନ୍ୟା ସୋସିଆଲ ମିଡିଆରେ ସେୟାର କରିଥିଲେ। ଯେଉଁଥିରେ ସେ ସମସ୍ତଙ୍କ ସହିତ ମସ୍ତି କରୁଥିବାର ନଜର ଆସିଛନ୍ତି। ମାଇକ୍ ଟାଇସନ ପ୍ରଥମ ଥର ପାଇଁ ବଲିଉଡ ଫିଲ୍ମରେ ନଜର ଆସିବେ। ସେଥିପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଛନ୍ତି। ରିପୋର୍ଟ ମୁତାବକ, ରିଙ୍ଗରେ ବିଜୟ ଏବଂ ମାଇକ୍ ଯୁଦ୍ଧ କରୁଥିବା ନଜର ଆସିବେ। ଏହି ଫିଲ୍ମଟି ୨୫ ଅଗଷ୍ଟ ୨୦୨୨ରେ ରିଲିଜ ହେବ।