ଇଂଲଣ୍ଡଠାରୁ ହାରିଲା ଭାରତ

ହାଇଦ୍ରାବାଦ୍‌: ହାଇଦ୍ରାବାଦ ଟେଷ୍ଟରେ ଇଂଲଣ୍ଡଠାରୁ ଭାରତ ହାରିଯାଇଛି। ଇଂଲଣ୍ଡଠାରୁ ଭାରତ ୨୮ ରନରେ ପରାସ୍ତ ହୋଇଛି। ଭାରତର ସ୍କୋର ୪୩୬, ୨୦୨ ରହିଥିବାବେଳେ ଇଂଲଣ୍ଡ ସ୍କୋର ୨୪୬, ୪୨୦ ରହିଛି।ଇଂଲଣ୍ଡ ଦୁଇଟି ପାଳିରେ ଯଥାକ୍ରମେ ୨୪୬ ଓ ୪୨୦ ରନ୍‌ ସଂଗ୍ରହ କରିଥିଲା। ସେହିପରି ଭାରତ ପ୍ରଥମ ପାଳିରେ ୪୩୬ ରନ୍‌ କରିଥିଲାବେଳେ ଏହି ମୁକାବିଲା ଜିତିବା ପାଇଁ ୨୩୧ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଭାରତ ଦ୍ବିତୀୟ ପାଳିରେ ମାତ୍ର ୨୦୨ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଫଳ​‌େ​‌ ଇଂଲଣ୍ଡଠାରୁ ଭାରତ ୨୮ ରନରେ ପରାସ୍ତ ହୋଇଥିଲା।
ଚତୁର୍ଥ ଦିନରେ ରବିବାର ଭାରତର ଖେଳାଳି ମାନେ ଭଲ ଖେଳିପାରିନଥିଲେ ।   ଶ୍ରୀକର ଭରତ (୨୮), ରବିଚନ୍ଦ୍ରନ ଅଶ୍ବିନ (୨୮), ଯଶପ୍ରୀତ ବୁମରା ଅପରାଜିତ ୬ ରନ୍‌ ଓ ମହମ୍ମଦ ସିରାଜ ୧୨ ରନ୍ କରିଥିଲେ । ପ୍ରଥମେ ଯଶସ୍ବୀ ଆଉଟ୍‌ ହୋଇଥିଲେ। ସେ ୩୫ଟି ବଲ୍‌ ଖେଳି ୨ଟି ଚୌକା ସହାୟତାରେ ୧୫ ରନ୍‌ କରିଥିଲେ। ଇଂଲଣ୍ଡର ଦ୍ବିତୀୟ ଶିକାର ହୋଇଥିଲେ ଶୁବମନ ଗିଲ। ଯୁବ ବ୍ୟାଟର ଗିଲ୍‌ ୨ଟି ବଲ୍‌ ସାମ୍ନା କରି ଖାତା ଖୋଲିପାରି ନଥିଲେ। ଭାରତର ସ୍କୋର ୬୩ ରନ୍‌ ଥିଲା ବେଳେ ଇଂଲଣ୍ଡର ତୃତୀୟ ଶିକାର ହୋଇଥିଲେ ରୋହିତ ଶର୍ମା। ସେ ୫୮ଟି ବଲ୍‌ ଖେଳି ୭ଟି ଚୌକା ସହାୟତାରେ ୩୯ ରନ୍‌ କରିଥିଲେ।କେଏଲ ରାହୁଲ ୨୨ରନ୍‌, ଅକ୍ଷର ପଟେଲ ୧୭ ରନ୍‌, ଶ୍ରେୟସ ଆୟର ୧୩ ରନ୍‌ ଓ ରବୀନ୍ଦ୍ର ଜାଦେଜା ୨ ରନ୍‌ କରିଥିଲେ। ଇଂଲଣ୍ଡ ପକ୍ଷରୁ ଟମ୍‌ ହାର୍ଟଲି ସର୍ବାଧିକ ୭ଟି ୱିକେଟ୍‌ ନେଇଥିଲେ। ସେହିପରି ଜୋଏ ରୁଟ ଓ ଜ୍ୟାକ୍‌ ଲିଚ୍‌ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।