ଅଶ୍ବିନ-ଜାଡ଼େଜା ସଫଳ ‌ସ୍ପିନ୍‌ ଯୋଡ଼ି

ଅଶ୍ବିନ ଓ ରବୀନ୍ଦ୍ର ଜାଡ଼େଜା ଭାରତ ପାଇଁ ସବୁଠୁ ସଫଳ ଟେଷ୍ଟ୍‌ ବୋଲିଂ ଯୋଡ଼ି ହୋଇପାରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ୍‌ରେ ଏହି ଯୋଡ଼ି ଭାରତୀୟ ଭାବେ ନୂଆ କୀର୍ତ୍ତିମାନ କରିଛନ୍ତି। ଏହି ମ୍ୟାଚ୍‌ରେ ଉଭୟ ୩-୩ ୱିକେଟ୍‌ ନେବା ସହ ମୋଟ ଉପରେ ୫୦୨* ୱିକେଟ୍‌ ଅକ୍ତିଆର କରିସାରିଲେଣି। ପୂର୍ବରୁ ଅନୀଲ କୁମ୍ବଲେ ଓ ହରଭଜନ ସିଂହ ୫୪ ମ୍ୟାଚ୍‌ରୁ ୫୦୧ ୱିକେଟ୍‌ ନେଇଥିଲେ। ତେବେ ଏହି ତାଲିକାରେ ଇଂଲଣ୍ଡ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ୍‌ ଓ ଷ୍ଟୁଆର୍ଟ ବ୍ରଡ୍‌ ସବୁଠୁ ଆଗରେ ଅଛନ୍ତି। ଏମାନେ ୧୩୮ ମ୍ୟାଚ୍‌ରୁ ୧୦୩୯ ୱିକେଟ୍‌ ନେଇସାରିଲେଣି।