ସ୍ମାର୍ଟ ବଜାରର ଫୁଲ୍ ପୈସା
ଚଳିତ ବର୍ଷ ଏହି ସେଲ୍ ଜାନୁଆରି ୨୪ରୁ ଆରମ୍ଭ ହୋଇ ୨୮ ପର୍ଯ୍ୟନ୍ତ ଚାଲିବ। ସାରା ଦେଶରେ ଥିବା ୪୦୦୦ରୁ ଅଧିକ ସ୍ମାର୍ଟ ବଜାର, ସ୍ମାର୍ଟ ସୁପର ଷ୍ଟୋର୍ ଓ ସ୍ମାର୍ଟ ପଏଣ୍ଟ୍ ଷ୍ଟୋର୍ରେ ଏହି ସୁବିଧା ମିଳିବ। ଜିଓମାର୍ଟ ଆପ୍ରେ ମଧ୍ୟ ଏହି ସେଲ୍ ଉପଲବ୍ଧ ହେବ। ଗ୍ରାହକମାନେ ଏହି ସେଲ୍ ସମୟରେ ଖାଦ୍ୟ ପଦାର୍ଥ, ପ୍ୟାକେଟ୍ ଖାଦ୍ୟ, ହୋମ୍ ଓ ପର୍ସନାଲ୍ କେୟାର, ଦୁଗ୍ଧଜାତ ସାମଗ୍ରୀ, ପୋଷାକ, ହୋମ୍ କେୟାର ଓ କ୍ଷୁଦ୍ର ଆପ୍ଲାଏନ୍ସେସ୍ ଉପରେ ସଞ୍ଚୟ ସୁବିଧା ଓ ଆକର୍ଷଣୀୟ ଅଫର ପାଇପାରିବେ। ଗ୍ରାହକମାନେ ବିସ୍କୁଟ, ଥଣ୍ଡା ପାନୀୟ, ସାମ୍ପୁ, ସାବୁନ, ଟୁଥପେଷ୍ଟ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ। ୪୯୯ ଟଙ୍କାରୁ କମ୍ ଦାମ୍ରେ ମହିଳା, ପୁରୁଷ ଓ ଶିଶୁଙ୍କ ଫେସନ ସାମଗ୍ରୀ କିଣିପାରିବେ। ୪୯୯ ଟଙ୍କାରେ ବେଡ୍ସିଟ୍, ୧୯୯୯ ଟଙ୍କାରେ ୩ଟି ବର୍ଣ୍ଣର ଥିବା ଗ୍ୟାସ୍ ଷ୍ଟୋର୍ ଆଦି କିଣିପାରିବେ। ୧୯୯୯ ଟଙ୍କାରୁ ଅଧିକ ଦାମ୍ର ସପିଂ କଲେ ମାତ୍ର ୯ ଟଙ୍କାରେ ୧ କେଜି ଚିନି ମିଳିବ।