ଆଜି ୭୫ତମ ଗଣତନ୍ତ୍ର ଦିବସ ଅବସରରେ ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ୍ ଶମିହାଲ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି । ଏଥିମଧ୍ୟରେ ଅର୍ଥିକ ସଂକଟ ଦେଇ ଗତି କରୁଛି ୟୁକ୍ରେନ୍ । ତେବେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ପାଇଁ ମେଡ଼ିକାଲ ଛାତ୍ରଙ୍କୁ ୟୁକ୍ରେନ୍ ପଠାଇବା ପାଇଁ ଭାରତକୁ ନିବେଦନ କରିଛନ୍ତି ଡେନିସ୍ ଶମିହାଲ । ଏହା ସହ ୟୁକ୍ରେନର ସହଯୋଗ ଏବଂ ମାନବୀୟ ସମର୍ଥନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ୍ ଶମିହାଲ କହିଛନ୍ତି ଯେଉଁଭଳି ଭାବରେ ଭାରତ ପ୍ରଗତି ପଥରେ ଅଗ୍ରଗତି କରୁଛି ତାହା ପ୍ରଶଂସନୀୟ । ଗଣତନ୍ତ୍ର ଏବଂ ବିବିଧତା ମଧ୍ୟରେ ଏକତା ମୂଲ୍ୟବୋଧ ଭାରତକୁ ପ୍ରକୃତ ପରିଭାଷିତ କରେ ବୋଲି ପ୍ରଶଂସା କରି କହିଛନ୍ତି । ଭାରତ ହେଉଛି ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ । ବଡ଼ ଅର୍ଥବ୍ୟବସ୍ଥା ଦେଶରେ ଭାରତ ସାମିଲ ରହିଛି । ଏହା ସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଜି ଏପରି ଜଣେ ବ୍ୟକ୍ତିତ୍ୱ ଭାବରେ ଦେଖାଯାଉଛି ଯିଏ କି ବିଶ୍ୱ ଶାନ୍ତି ପାଇଁ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ G-20 ଦେଶର ବଡ଼ ନେତା ଭାବରେ ଜଣାଶୁଣା ।
Trending
- ମୁଖ୍ୟମନ୍ତ୍ରୀଙ୍କ ବଡ଼ ଆକ୍ସନ। ଦୁର୍ନୀତି, କାର୍ଯ୍ୟରେ ଅବହେଳା ଅଭିଯୋଗରେ ବଡ଼ କାର୍ଯ୍ୟାନୁଷ୍ଠାନ,ନିଲମ୍ବିତ ହେଲେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ
- ଫୈସଲ ଖାନ୍ ଓରଫ ଖାନ୍ ସାରଙ୍କୁ ବଡ଼ ଆଶ୍ବସ୍ତି ,ତାଙ୍କ ଗିରଫଦାରୀକୁ ସ୍ଥଗିତ ରଖିଲେ ପାଟନା ଜିଲ୍ଲା ଜଜ୍
- ଦୀଘା ଜଗନ୍ନାଥ ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ନିଜ ସ୍ତ୍ରୀକୁ ଛାଡ଼ି ଶାଶୁଙ୍କ ସହ କୋର୍ଟରେ ବାହା ହେଲେ ଜ୍ବାଇଁ
- ଚର୍ଚ୍ଚାରେ ଥିବା ଖାନ୍ ସାରଙ୍କ ବିରୋଧରେ ୨ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ନ୍ୟୁଜ୍ ଆଙ୍କର ଅଞ୍ଜନା ଓମ୍ କଶ୍ୟପ
- ହଠାତ୍ ସୃଷ୍ଟିହୋଇଥିବା ବର୍ଷା ଓ ପବନ ଯୋଗୁଁ ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ହେଲିକପ୍ଟରର ଜରୁରୀ ଅବତରଣ
- ମୁମ୍ବାଇ ବିମାନବନ୍ଦରରୁ ଯାତ୍ରୀଙ୍କ ବ୍ୟାଗରୁ ୨୯ଟି ବିଦେଶୀ ବନ୍ୟଜନ୍ତୁଙ୍କୁ ଜବତ କରିଛି କଷ୍ଟମ ବିଭାଗ
- ସମ୍ବଲପୁରରୁ ଆସିଛି ବଡ଼ ଅଘଟଣ,ବାଇକ ଚେନ୍ କ୍ରାଙ୍କରେ ପିଟି ପିଟି ମାଆ ଝିଅଙ୍କୁ ବୀଭତ୍ସ ହତ୍ୟା
- ‘ୱି ଦି ଲିଡର’ ଆନ୍ଦୋଳନର ଶୁଭାରମ୍ଭ କରିଛନ୍ତି କେ. ଆନ୍ନାମଲାଇ,ମାତ୍ର କେଇ ଘଣ୍ଟା ମଧ୍ୟରେ ୧୫ ଲକ୍ଷରୁ ଅଧିକ ଲୋକ ଏଥିରେ ସାମିଲ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି
- ମୃତ ସୌମ୍ୟଙ୍କ ମୌଜପୁର ଘରେ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍,ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍ ତାଙ୍କ ଘରେ ପହଞ୍ଚିଛି
Prev Post
Next Post