ଆଜି ୭୫ତମ ଗଣତନ୍ତ୍ର ଦିବସ ଅବସରରେ ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ୍ ଶମିହାଲ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ଧରୁନି । ଏଥିମଧ୍ୟରେ ଅର୍ଥିକ ସଂକଟ ଦେଇ ଗତି କରୁଛି ୟୁକ୍ରେନ୍ । ତେବେ ଦେଶର ଆର୍ଥିକ ସ୍ଥିତିରେ ସୁଧାର ପାଇଁ ମେଡ଼ିକାଲ ଛାତ୍ରଙ୍କୁ ୟୁକ୍ରେନ୍ ପଠାଇବା ପାଇଁ ଭାରତକୁ ନିବେଦନ କରିଛନ୍ତି ଡେନିସ୍ ଶମିହାଲ । ଏହା ସହ ୟୁକ୍ରେନର ସହଯୋଗ ଏବଂ ମାନବୀୟ ସମର୍ଥନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି ୟୁକ୍ରେନ ପ୍ରଧାନମନ୍ତ୍ରୀ ଡେନିସ୍ ଶମିହାଲ କହିଛନ୍ତି ଯେଉଁଭଳି ଭାବରେ ଭାରତ ପ୍ରଗତି ପଥରେ ଅଗ୍ରଗତି କରୁଛି ତାହା ପ୍ରଶଂସନୀୟ । ଗଣତନ୍ତ୍ର ଏବଂ ବିବିଧତା ମଧ୍ୟରେ ଏକତା ମୂଲ୍ୟବୋଧ ଭାରତକୁ ପ୍ରକୃତ ପରିଭାଷିତ କରେ ବୋଲି ପ୍ରଶଂସା କରି କହିଛନ୍ତି । ଭାରତ ହେଉଛି ସବୁଠାରୁ ବଡ଼ ଗଣତାନ୍ତ୍ରିକ ଦେଶ । ବଡ଼ ଅର୍ଥବ୍ୟବସ୍ଥା ଦେଶରେ ଭାରତ ସାମିଲ ରହିଛି । ଏହା ସହ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆଜି ଏପରି ଜଣେ ବ୍ୟକ୍ତିତ୍ୱ ଭାବରେ ଦେଖାଯାଉଛି ଯିଏ କି ବିଶ୍ୱ ଶାନ୍ତି ପାଇଁ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ G-20 ଦେଶର ବଡ଼ ନେତା ଭାବରେ ଜଣାଶୁଣା ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post