ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ
ଆଜି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ। ଗୋଟିଏ ଦିନ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ ରହିବ। ଅଦିନିଆ ବର୍ଷା ଯୋଗୁଁ ଶିମିଳିପାଳ ବନ୍ଦ ନେଇ ଶିମିଳିପାଳ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି। ଶିମିଳିପାଳରେ୧୦ଟି କଳା ମହାବଳ ରହିଥିବା ଖବର ସାମ୍ନାକୁ ଆସିଥିଲା। ରାଜ୍ୟସଭାରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଅଶ୍ବିନ ଚୌବେ କହିଥିଲେ ଯେ, ଦେଶରେ କେବଳ ଶିମିଳିପାଳରେ ଅଛନ୍ତି କଳା ମହାବଳ। ଶିମିଳିପାଳରେ ୧୦ଟି କଳା ମହାବଳ ରହିଛନ୍ତି।ଅନ୍ୟପଟେ, ଏଣିକି ପର୍ଯ୍ୟଟକ ଶିମିଳିପାଳରେ କଳା ବାଘ (ମେଲାନିଷ୍ଟିକ ବାଘ) ସଫାରୀ ଉପଭୋଗ କରିବେ। କଳା ବାଘ ସଫାରୀ ହେବା ନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ଜାରି ହୋଇଛି। ‘ଏକ୍ସ’ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି।