Trending
ହାଇଦ୍ରାବାଦ: ଗୁରୁବାରଠୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବ। ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ହାଇଦ୍ରାବାଦ୍ର ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଖେଳାଯିବ। ତେବେ ପ୍ରଥମ ଥର ପାଇଁ ଟେଷ୍ଟ୍ ବିଶେଷଜ୍ଞ ବିରାଟ କୋହଲି, ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେଙ୍କ ବିନା ଭାରତୀୟ ଦଳ ଖେଳିବାକୁ ଯାଉଛି। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ୍ ମ୍ୟାକଲମ୍ଙ୍କ ପ୍ରଶିକ୍ଷଣରେ ଗତ ଦେଢ଼ ବର୍ଷ ମଧ୍ୟରେ ଇଂଲଣ୍ଡ ଦଳରେ ଅନେକ ବୈପ୍ଳବିକ ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରାଯାଇଛି। ବିଶେଷକରି ଆକ୍ରମଣାତ୍ମକ ଖେଳିବା ପାଇଁ ବାଜ୍ବଲ୍ର ପ୍ରୟୋଗ ଦଳକୁ ସବୁଠୁ ଅଧିକ ସଫଳତା ଦେଇଛି। ତେଣୁ ଏଭଳି ସ୍ଥିତିରେ ଇଂଲଣ୍ଡର ବାଜ୍ବଲ୍କୁ ଭାରତୀୟ ବ୍ୟାଟର୍ କିପରି ସାମ୍ନା କରୁଛନ୍ତି, ତାହା ଦେଖିବାକୁ ହେବ।
Prev Post
Next Post