ଆରମ୍ଭ ହେଲା ବଜେଟ ପ୍ରକ୍ରିୟା

ଆସନ୍ତା ଫେବ୍ରୁଆରି ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବେ ।  କେନ୍ଦ୍ର ବଜେଟ୍ ପ୍ରସ୍ତୁତ କରିବା ସମୟରେ ଏହାର ଉପସ୍ଥାପନା ପାଇଁ ଅନେକ ପରମ୍ପରା ଅନୁସରଣ କରାଯାଏ । ଏଥିମଧ୍ୟରୁ ଗୋଟିଏ ହେଉଛି ହାଲୱା ସମାରୋହ । ଚଳିତ ବର୍ଷ ହଲଓ୍ବା ଉତ୍ସବ ୨୪ ଜାନୁଆରିରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅର୍ଥମନ୍ତ୍ରୀ ଉପସ୍ଥିତ ଥିଲେ ।ହାଲୱା ସମାରୋହ ହେଉଛି ଏକ ପାରମ୍ପାରିକ ପ୍ରାକ୍ ବଜେଟ୍ କାର୍ଯ୍ୟକ୍ରମ ଯାହା ବଜେଟ୍ ମୁଦ୍ରଣ ପୂର୍ବରୁ ପାଳନ କରାଯାଇଥାଏ ।  କୁହାଯାଏ ଯେ ଏକ ଲମ୍ବା ବଜେଟ୍ ନିର୍ମାଣ ପ୍ରକ୍ରିୟା ଶେଷ ହେବା ପରେ ମିଠା ଖାଇ ବଜେଟ୍ ମୁଦ୍ରଣକୁ ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଦିଆଯାଇଥାଏ । ଅର୍ଥମନ୍ତ୍ରୀ ଅଧିକାରୀମାନଙ୍କୁ ହାଲୱା ପରସି ଏହି ପରମ୍ପରାକୁ ପାଳନ କରନ୍ତି । ଏହି ସମାରୋହ ଅର୍ଥ ମନ୍ତ୍ରଣାଳୟ ଥିବା ନର୍ଥ ବ୍ଲକର ତଳ ମହଲାରେ ଅନୁଷ୍ଠିତ ହୁଏ, ଯେଉଁଠାରେ ଏକ ସ୍ୱତନ୍ତ୍ର ପ୍ରିଣ୍ଟିଂ ପ୍ରେସ୍ ଅଛି ।