ଟ୍ବିନ୍ ସିଟିରେ ପ୍ରବଳ ବର୍ଷା
ରାଜ୍ୟରେ ଅନେକ ସ୍ଥାନରେ ସକାଳୁ ସକାଳୁ ଝିପି ଝିପି ବର୍ଷା ହୋଇଛି । ଉତ୍ତର ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସାଙ୍ଗକୁ ହାଲୁକା ବର୍ଷା ହୋଇଛି ।ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ କ୍ରମାଗତ ଭାବେ ଉଷ୍ମ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଛି ।ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ ଯୋଗୁଁ ଘନ କୁହୁଡ଼ି ସୃଷ୍ଟି କରାଇବା ସହ ବର୍ଷା କରାଇବାରେ ସହାୟକ ହେଉଛି। ମଙ୍ଗଳବାର ବୁଧବାର ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ସୋନପୁର, ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଢେଙ୍କାନାଳ, ଅନୁଗୁଳ, ସମ୍ୱଲପୁର ଓ ବରଗଡ଼ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ଆଲର୍ଟ କରାଯାଇଛି ।