ରାଉରକେଲା ବିମାନସେବାକୁ ନେଇ ସହରବାସୀଙ୍କ ପାଇଁ ଶୁଭ ସୂଚନା ଆସିଛି। ଆପ୍ରୋଚ୍ କଣ୍ଟ୍ରୋଲ ୟୁନିଟ୍ ପ୍ରତିଷ୍ଠା ସହ ବିଶେଷଜ୍ଞଙ୍କ ଯୋଗଦାନପରେ ଏଥର କେବଳ ୧୫ ଶହ ମିଟର ଭିଜିବିଲିଟିରେ ମଧ୍ୟ ଏଠାରେ ବିମାନ ଉଡ଼ାଣ ଓ ଅବତରଣ ସମ୍ଭବ ହେବ। ଆସନ୍ତା ୨୪ ତାରିଖରୁ ଏହି ସେବା ଆରମ୍ଭ ହେବବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି।ରାଉରକେଲା ବିମାନବନ୍ଦରର ଭିଜିବିଲିଟି ୫ ହଜାର ମିଟର ରହିଥିଲା। ଏଣୁ ଖରାପ ପାଣିପାଗ ସମୟରେ ବିମାନ ଉଡ଼ାଣ/ଅବତରଣ ସମ୍ଭବ ହେଉନଥିଲା; ଯଦ୍ବାରା ନିୟମିତ ବ୍ୟବଧାନରେ ବିମାନସେବାକୁ ଅଘୋଷିତ ବାତିଲ କରାଯାଉଥିଲା। କିଛି ଦିନ ପୂର୍ବେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସଂସଦରେ ରାଉରକେଲା ବିମାନସେବା ନେଇ ପ୍ରଶ୍ନ ଉତ୍ଥାପନ କରିବା ସହ ବିଭାଗୀୟ ମନ୍ତ୍ରୀଙ୍କୁ ପତ୍ର ଲେଖି ସମସ୍ୟାର ତ୍ବରିତ ସମାଧାନ ଦାବି କରିଥିଲେ। ସେହିଭଳି ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଭିଏଫ୍ଆର୍ ପାଇଁ ଭାରତୀୟ ବିମାନବନ୍ଦର ପ୍ରାଧିକରଣ(ଏଏଆଇ) କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଇତିମଧ୍ୟରେ ଆପ୍ରୋଚ୍ କଣ୍ଟ୍ରୋଲ୍ ୟୁନିଟ୍ ସ୍ଥାପନ ସହ ଏଟିସି ଅଧିକାରୀଙ୍କ ତାଲିମ ସଂପନ୍ନ ହୋଇସାରିଛି। ଗତ ୨୧ ତାରିଖରୁ ଦୁଇ ଜଣ ଏଟିସି ଅଧିକାରୀ ରାଉରକେଲାରେ ଯୋଗଦେଇସାରିଲେଣି। ଏଏଆଇ ପକ୍ଷରୁ ଆନୁଷ୍ଠାନିକ ଅନୁମତି ମିଳିବାପରେ ପୂର୍ବବତ ବିମାନସେବା ଅବ୍ୟାହତ ରହିବ।
Trending
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- ବିହାରର ପୂର୍ଣ୍ଣିଆରେ ୪୦,୦୦୦ କୋଟିର ବିକାଶମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ମୟୂରଭଞ୍ଜର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧ ପରିକର – ଧର୍ମେନ୍ଦ୍ର ପ୍ରଧାନ
- ଇ-ପ୍ରଶାସନର ଜ୍ୱଳନ୍ତ ଉଦାହରଣ ପାଲଟିଛି କେନ୍ଦୁଝରର ଶୁଆକାଟି ପଞ୍ଚାୟତ
- ଆସାମରେ ୫.୮ ତୀବ୍ରତାର ଭୂକମ୍ପ ଅନୁଭୂତ
Prev Post
Next Post