ପ୍ରଥମ ଥର ଭାରତୀୟ ଷ୍ଟକ୍ ମାର୍କେ ହଂକଂକୁ ପଛରେ ପକାଇ ଦେଇଛି । ବ୍ଲୁମବର୍ଗ ତଥ୍ୟ ଅନୁଯାୟୀ ଭାରତୀୟ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଷ୍ଟକଗୁଡିକର ମିଳିତ ମୂଲ୍ୟ ସୋମବାର ୪.୩୩ ଟ୍ରିଲିୟନ ଡଲାରରେ ପହଞ୍ଚିଛି । ଯେତେବେଳେ କି, ହଂକଂ ପାଇଁ ଏହି ସଂଖ୍ୟା ୪.୨୯ ଟ୍ରିଲିୟନ୍ ଥିଲା । ଏହା ସହିତ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଇକ୍ୱିଟି ବଜାରରେ ପରିଣତ ହୋଇଛି ।ଘରୋଇ ବଜାରର ବଜାର କ୍ୟାପ୍ ଡିସେମ୍ବର ୫ ରେ ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଛି । ଏଥିରୁ ଗତ ଚାରି ବର୍ଷରେ ପ୍ରାୟ ୨ ଟ୍ରିଲିୟନ ଡଲାର ଆସିଥିଲା । ଦ୍ରୁତ ଗତିରେ ବଢ଼ୁଥିବା ଖୁଚୁରା ନିବେଶକାରୀ ଆଧାର ଏବଂ ଦୃଢ଼ କର୍ପୋରେଟ୍ ରୋଜଗାର ହେତୁ ଭାରତରେ ଇକ୍ୱିଟି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦୁନିଆର ସବୁଠାରୁ ଜନବହୁଳ ଦେଶ ଚୀନର ବିକଳ୍ପ ଭାବରେ ନିଜକୁ ସ୍ଥାପିତ କରିଛି । ଭାରତୀୟ ବଜାର ବର୍ତ୍ତମାନ ବିଶ୍ୱର ନିବେଶକ ଏବଂ କମ୍ପାନୀଗୁଡିକରୁ ନୂଆ ପୁଞ୍ଜି ଆକର୍ଷିତ କରୁଛି ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post