ଭୁବନେଶ୍ବର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଓ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ଉପରୁ ନିଲମ୍ବନ ହଟିଲା। ଏହି ନିଲମ୍ବିତ ନେତା କଂଗ୍ରେସ ଦଳକୁ କଂଗ୍ରେସ ଫେରିଲେ। ସାମ୍ବାଦିକ ସମ୍ମିଳନୀରେ ଅଜୟ କୁମାର ତିନି ନେତାଙ୍କ ନିଲମ୍ବନ ପ୍ରତ୍ୟାହାର ସଂପର୍କରେ ଘୋଷଣା କରିଛନ୍ତି। କଂଗ୍ରେସରୁ ନିଲମ୍ବିତ ତିନି ନେତା ବିଧାୟକ ମହମ୍ମଦ ମୋକିମ୍, ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ, ପୂର୍ବତନ ବିଧାୟକ କୃଷ୍ଣ ସଗରିଆ ଓ ଅଜୟ କୁମାରଙ୍କ ମଧ୍ୟରେ ଗତକାଲି ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ଏଥିସହିତ ତିନି ନେତା ଦଳକୁ ଫେରିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା। ଗତବର୍ଷ ଜୁଲାଇ ମାସରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ୍ ଓ ଚିରଞ୍ଜୀବ କଂଗ୍ରେସରୁ ନିଲମ୍ବିତ ହୋଇଥିଲେ। ପରେ ଦଳର ଶୀର୍ଷ ନେତୃତ୍ବ ଆଗରୁ କହିଥିଲେ ଯେ ପୁରୁଣା ନେତାଙ୍କୁ ଫେରାଇ ଅଣାଯିବ। ପାଖାପାଖି ୬ମାସ ଧରି କଂଗ୍ରେସରୁ ନିଲମ୍ବିତ ହୋଇଥିଲେ ମଧ୍ୟ ସେମାନେ ଅନ୍ୟ କେଉଁ ଦଳରେ ମିଶିନଥିଲେ। ତେବେ ସୋମବାର ଏହି ଦୁଇ ହେଭିୱେଟ୍ ନେତା କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିବା ପରେ ଚର୍ଚା ହୋଇଥିଲା। ଅଜୟ କୁମାର ନିଲମ୍ବନ ଆଦେଶ ପ୍ରତ୍ୟାହାର ନେଇ କହିଛନ୍ତି, ଉଭୟଙ୍କ ସହ ଆଲୋଚନା ହୋଇଛି ଏହା ସହ ଅନେକ ନେତା କଂଗ୍ରେସ ଦଳରେ ଯୋଗଦେବେ ବୋଲି ସେ କହିଛନ୍ତି। ମୋକିମ କହିଛନ୍ତି, ସଂଗଠନକୁ ମଜଭୁତ କରିବା ସହ ଦଳର ଶକ୍ତି ବୃଦ୍ଧି କରିବା ନେଇ ପୂର୍ବ ଭଳି କାମ କରିବେ ।
Trending
- ବିହାର ରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ , ସନ୍ଧ୍ୟା ୫ ଟା ସୁଦ୍ଧା ରାଜ୍ୟରେ ୬୦.୧୩ ପ୍ରତିଶତ ଭୋଟର ମତଦାନ ରେକର୍ଡ
- ନବୀନଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ବିହାର ବିଧାନସଭା ନିର୍ବାଚନ , ଦିନ ୧୦ଟା ସୁଦ୍ଧା ୧୩.୧୩% ମତଦାନ
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
Prev Post
Next Post