୨୫ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ସିରିଜରେ ୫ଟି ମ୍ୟାଚ ଖେଳାଯିବ । ଏଥିପାଇଁ ଉଭୟ ଦଳ ନିଜ ସ୍କ୍ୱାଡ ଘୋଷଣା କରି ସାରିଛନ୍ତି । କିନ୍ତୁ ସିରିଜ ଆରମ୍ଭ ହେବାକୁ ମାତ୍ର ୩ ଦିନ ବାକି ଥିବା ବେଳେ ହଠାତ୍ ଦଳରେ ଇଂଲଣ୍ଡ ଏକ ନୂଆ ଚାଲ୍ ଖେଳିଛି । ଭାରତ ଆସିବା ପାଇଁ ଘୋଷଣା ହୋଇଥିବା ଦଳରେ ପରିବର୍ତ୍ତନ କରିଛି ଇଂଲଣ୍ଡ । ଅଚାନକ ଦଳରେ ଜଣେ ନୂଆ ଖେଳାଳିଙ୍କୁ ସାମିଲ କରିଥିବା ନେଇ ଘୋଷଣା କରିଛି ଟିମ ମ୍ୟାନେଜମେଣ୍ଟ ।ଭାରତ ବିପକ୍ଷ ଟେଷ୍ଟ ସିରିଜରେ ହ୍ୟାରି ବ୍ରୁକଙ୍କ ସ୍ଥାନରେ ଡେନ୍ ଲରେନ୍ସଙ୍କୁ ସାମିଲ କରିଛି ଇଂଲଣ୍ଡ । ସିରିଜ ପାଇଁ ଦଳ ଘୋଷଣା ପରେ ଏଥିରୁ ନିଜ ନାଁ ଫେରାଇ ନେଇଥିଲେ ବ୍ରୁକ । ଏହାପରେ ଦଳ ଆଜି ଡେନ୍ ଲରେନ୍ସଙ୍କୁ ଦଳରେ ସାମିଲ କରିଛି । ଭାରତୀୟ ପିଚରେ ଖେଳିବାରେ ଲରେନ୍ସ ଇଂଲଣ୍ଡ ପାଇଁ ଜଣେ ଭଲ ବିକଳ୍ପ ହୋଇପାରନ୍ତି । ୨୦୨୧ ମସିହା ଟେଷ୍ଟ ସିରିଜରେ ଦଳରେ ସ୍ଥାନ ପାଇଥିଲେ ଲରେନ୍ସ । ଏହି ସିରିଜର ୪ଟି ଟେଷ୍ଟ ମ୍ୟାଚରୁ ୨ଟି ମ୍ୟାଚରେ ସେ କେଳିବା ପାଇଁ ସୁଯୋଗ ପାଇଥିଲେ । ତେବେ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ୪୬ ଏବଂ ଦ୍ୱିତୀୟ ଇନିଂସରେ ୫୦ ରନର ଇନିଂସ ଖେଳିଥିଲେ ଲରେନ୍ସ ।
Trending
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ
- ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଶାସନ’ ବ୍ୟବସ୍ଥା ଆରମ୍ଭ
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
Prev Post
Next Post