୨୫ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଟେଷ୍ଟ ସିରିଜରେ ୫ଟି ମ୍ୟାଚ ଖେଳାଯିବ । ଏଥିପାଇଁ ଉଭୟ ଦଳ ନିଜ ସ୍କ୍ୱାଡ ଘୋଷଣା କରି ସାରିଛନ୍ତି । କିନ୍ତୁ ସିରିଜ ଆରମ୍ଭ ହେବାକୁ ମାତ୍ର ୩ ଦିନ ବାକି ଥିବା ବେଳେ ହଠାତ୍ ଦଳରେ ଇଂଲଣ୍ଡ ଏକ ନୂଆ ଚାଲ୍ ଖେଳିଛି । ଭାରତ ଆସିବା ପାଇଁ ଘୋଷଣା ହୋଇଥିବା ଦଳରେ ପରିବର୍ତ୍ତନ କରିଛି ଇଂଲଣ୍ଡ । ଅଚାନକ ଦଳରେ ଜଣେ ନୂଆ ଖେଳାଳିଙ୍କୁ ସାମିଲ କରିଥିବା ନେଇ ଘୋଷଣା କରିଛି ଟିମ ମ୍ୟାନେଜମେଣ୍ଟ ।ଭାରତ ବିପକ୍ଷ ଟେଷ୍ଟ ସିରିଜରେ ହ୍ୟାରି ବ୍ରୁକଙ୍କ ସ୍ଥାନରେ ଡେନ୍ ଲରେନ୍ସଙ୍କୁ ସାମିଲ କରିଛି ଇଂଲଣ୍ଡ । ସିରିଜ ପାଇଁ ଦଳ ଘୋଷଣା ପରେ ଏଥିରୁ ନିଜ ନାଁ ଫେରାଇ ନେଇଥିଲେ ବ୍ରୁକ । ଏହାପରେ ଦଳ ଆଜି ଡେନ୍ ଲରେନ୍ସଙ୍କୁ ଦଳରେ ସାମିଲ କରିଛି । ଭାରତୀୟ ପିଚରେ ଖେଳିବାରେ ଲରେନ୍ସ ଇଂଲଣ୍ଡ ପାଇଁ ଜଣେ ଭଲ ବିକଳ୍ପ ହୋଇପାରନ୍ତି । ୨୦୨୧ ମସିହା ଟେଷ୍ଟ ସିରିଜରେ ଦଳରେ ସ୍ଥାନ ପାଇଥିଲେ ଲରେନ୍ସ । ଏହି ସିରିଜର ୪ଟି ଟେଷ୍ଟ ମ୍ୟାଚରୁ ୨ଟି ମ୍ୟାଚରେ ସେ କେଳିବା ପାଇଁ ସୁଯୋଗ ପାଇଥିଲେ । ତେବେ ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ୪୬ ଏବଂ ଦ୍ୱିତୀୟ ଇନିଂସରେ ୫୦ ରନର ଇନିଂସ ଖେଳିଥିଲେ ଲରେନ୍ସ ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post