ବିଦେଶରେ ଲାଇଭ୍ ଟେଲିକାଷ୍ଟ

ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା

ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଦେଶବାସୀଙ୍କ ମନରେ ଉତ୍ସାହ ଓ ଆନନ୍ଦ ଦେଖାଦେଇଛି । ସେହିପରି ବିଦେଶରେ ମଧ୍ୟ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଭାବ ଦେଖିବାକୁ ମିଳିଛି । ବିଦେଶରେ ଥିବା ପ୍ରବାସୀ ଭାରତୀୟମାନେ ବି ଏହି ଐତିହାସିକ କ୍ଷଣର ସାକ୍ଷୀ ରହିବେ । ଅଯୋଧ୍ୟାରେ ହେବାକୁ ଥିବା ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବର ଲାଇଭ୍ ଟେଲିକାଷ୍ଟ ଆମେରିକାର ନ୍ୟୁୟର୍କ ସହରର ଟାଇମ୍ସ ସ୍କେ୍ୱୟାରରେ ମଧ୍ୟ ପଦର୍ଶିତ ହେବ । ରିପୋର୍ଟରୁ ପ୍ରକାଶ ଯେ ଆମେରିକାର ପ୍ରତ୍ୟେକ ସହରରେ ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମ ପ୍ରସାରିତ ହେବ ।