ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ସାଧାରଣତନ୍ତ୍ର ଦିବସ ଅଫର ଘୋଷଣା କରିଛି । ଏହି ଅଫର ଅନୁଯାୟୀ ୨୯୯୯ ଟଙ୍କାର ବାର୍ଷିକ ରିଚାର୍ଜ କରିବା ସହିତ ଗ୍ରାହକଙ୍କୁ ୩୬୫ ଦିନର ବୈଧତା, ଦୈନିକ ୨.୫ ଜିବି ହାଇ-ସ୍ପିଡ଼ ଡାଟା ସାଙ୍ଗକୁ ୩ ହଜାର ଟଙ୍କାରୁ ଅଧିକ ମୂଲ୍ୟର ରିହାତି କୁପନ ମିଳିବ । ସପିଂ, ଭ୍ରମଣ ଏବଂ ଖାଦ୍ୟ ବିଲ୍ ପ୍ରଦାନ ପାଇଁ ଏହି କୁପନ୍ ବ୍ୟବହାର କରାଯାଇପାରିବ । ଗ୍ରାହକ ଜିଓର ଏହି ବାର୍ଷିକ ପ୍ଲାନ୍ ରିଚାର୍ଜ କରିବା ସହିତ ତାଙ୍କୁ ମିଳୁଥିବା କୁପନ୍ ସଙ୍ଗେ ସଙ୍ଗେ ମାଇଁ ଜିଓ ଆପ୍ରେ ଉପଲବ୍ଧ ହେବ । ଏହି ଅଫରର ଲାଭ କେବଳ ଜାନୁଆରି ୩୧ ପର୍ଯ୍ୟନ୍ତ ମିଳିପାରିବ ।ମିଳିଥିବା କୁପନ ବଳରେ ରିଲାଏନ୍ସର ଆଜିଓ ଆପ୍ରୁ ସର୍ବନିମ୍ନ ୨୪୯୯ ଟଙ୍କା କିଣିଲେ ଗ୍ରାହକଙ୍କୁ ୫୦୦ ଟଙ୍କାର ରିହାତି ମିଳିବ । ଏଥିସହିତ ଟିରାର ସୌନ୍ଦର୍ଯ୍ୟ ସାମଗ୍ରୀ କିଣିଲେ ଗ୍ରାହକଙ୍କୁ ୩୦% ରିହାତି ମିଳିବ, ଯାହା ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରିବ । ରିଲାଏନ୍ସ ଡିଜିଟାଲରେ ସର୍ବନିମ୍ନ ୫,୦୦୦ ଟଙ୍କାର କ୍ରୟ ଉପରେ ୧୦ ପ୍ରତିଶତ ରିହାତି ମିଳିବ ଏବଂ ରିଲାଏନ୍ସ ଡିଜିଟାଲରୁ କ୍ରୟ ଉପରେ ସର୍ବାଧିକ ରିହାତି ସୀମା ୧୦,୦୦୦ ଟଙ୍କା ରହିଛି ।
Trending
- ତହସିଲଦାରଙ୍କୁ ଟ୍ରାକ୍ଟର ଚଢ଼ାଇ ହତ୍ୟା ଉଦ୍ୟମ ଘଟଣା;୧୦ଅଭିଯୁକ୍ତଙ୍କୁ ଗିରଫ କରିଛି କୋରେଇ ପୁଲିସ
- ପଓ୍ବନ୍ କଲ୍ୟାଣଙ୍କୁ ଫୋନ୍ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୋଦୀ
- ରାସ୍ତା କଡ଼ର ଝାଲମୁଢ଼ି ଖାଇଲେ ମାଦୀ ,ସ୍ବାଦର କଲେ ପ୍ରଶଂସା
- ରାଜଧାନୀର ଶ୍ୟାମପୁରରେ ବେଆଇନ୍ ଜବରଦଖଲ ଉଚ୍ଛେଦ,ଗତ ଦୁଇ ଦିନ ଭିତରେ ୯୨୭ ଘରକୁ ମାଟିରେ ମିଶାଇଛି ବିଡିଏ
- ମହିଳା ସଂରକ୍ଷଣ ବିଲ୍ ସହ ଜଡିତ ସଂଶୋଧନ ବିଲ୍ ପାରିତ ହୋଇ ନପାରିବା ପାଇଁ ବିରୋଧୀଙ୍କୁ ଦାୟୀ କରିଛନ୍ତି ମୋଦୀ
- ଭୁବନେଶ୍ବର ଶ୍ୟାମପୁର ଭୂଦାନ ନଗରରେ ବଡ଼ ଉଚ୍ଛେଦ,ଆଜି ଦ୍ୱିତୀୟ ଦିନରେ ଦେଢ଼ ଶହ ଘର ଭାଙ୍ଗିବାକୁ ଲକ୍ଷ୍ୟ ରଖିଛି ବିଡିଏ
- ଆଶ୍ରମ ସ୍କୁଲର ଛାତ୍ରୀର ମୃତ୍ୟୁ ଘଟଣାରେ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡ଼ାକାରା ଦେଇଛି ବିଜେଡି
- ଆସନ୍ତାକାଲି କିଟ ବିଶ୍ବବିଦ୍ୟାଳୟରେ ଫେମିନା ମିସ୍ ଇଣ୍ଡିଆ ୨୦୨୬ ଗ୍ରାଣ୍ଡ ଫିନାଲେ
- ଅସହ୍ୟ ଗରମ କାରଣରୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା,ଏପ୍ରିଲ ୨୧ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ ଜିଲ୍ଲାପାଳ
- ସଂସଦରେ ବିଳମ୍ବିତ ରାତିରେ ମହିଳା ସଂରକ୍ଷଣ ବିଲ 2023 ଲାଗୁ
Next Post