ସ୍ପଷ୍ଟ ହେଲା ରୋହିତ ହେବେ ଅଧିନାୟକ

ଟି-୨୦ ବିଶ୍ୱକପ ପାଇଁ  ରୋହିତ ହେବ ଅଧିନାୟକ । ୪ ଭାରତୀୟ ବୋଲରଙ୍କୁ ମନୋନୀତ କଲେ ଜାହିର ଖାନ । ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଜାହିର ଖାନ ଆଗାମୀ ଟି -୨୦ ବିଶ୍ୱକପ ପାଇଁ ଚାରିଜଣ ଶ୍ରେଷ୍ଠ ଦ୍ରୁତ ବୋଲର ସହ ଅଧିନାୟକ ଚୟନ କରିଛନ୍ତି। ତେବେ ସେ ଯୁବ ଆବେଶ ଖାନ ଏବଂ ମୁକେଶ କୁମାରଙ୍କ ନାମ ନେଇ ନାହାଁନ୍ତି।୨୦୨୪ ଟି -୨୦ ବିଶ୍ୱକପ ଜୁନ୍ ୧ ତାରିଖରୁ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା (ଯୁକ୍ତରାଷ୍ଟ୍ର) ରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ମନୋନୀତ ହୋଇନାହିଁ।ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୨୦ ଟି ଦଳ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟରେ ରୋହିତ ଶର୍ମା ଟିମ୍ ଇଣ୍ଡିଆର ନେତୃତ୍ଵ ନେଇପାରନ୍ତି। ଜାହିର ବିଶ୍ୱାସ କରନ୍ତି ଯେ, ଟି -୨୦ ବିଶ୍ୱକପ ଦଳରେ ଜସପ୍ରୀତ ବୁମରା ଏବଂ ମହମ୍ମଦ ସିରାଜଙ୍କ ସ୍ଥାନ ନିଶ୍ଚିତ ହୋଇଛି।  ଏହା ବ୍ୟତୀତ ଜହିର ଖାନ ୨୦୨୩ ଦିନିକିଆ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ମହମ୍ମଦ ଶାମିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ, ମୋର ବିଶ୍ୱାସ ଅଛି ଯେ ଶାମି ବିଶ୍ୱକପ ଦଳର ଏକ ଅଂଶ ହେବେ ଏବଂ ସେ ଭାରତ ପାଇଁ ଏକ୍ସ ଫ୍ୟାକ୍ଟର ବୋଲି ମଧ୍ୟ ପ୍ରମାଣ କରିପାରନ୍ତି। ବୁମରା, ସିରାଜ ଏବଂ ଶାମିଙ୍କ ବ୍ୟତୀତ ଜହିର ଖାନ ମଧ୍ୟ ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଅର୍ଶଦୀପ ସିଂଙ୍କୁ ଚୟନ କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ, ଏହି ଚାରି ଜଣ ଦ୍ରୁତ ବୋଲର ଆଗାମୀ ବିଶ୍ୱକପ୍‌ରେ ସ୍ଥାନ ପାଇବାକୁ ଯୋଗ୍ୟ।ପ୍ରକାଶ ଯୋଗୟେ ଯେ, ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ ପାଇଁ ଭାରତର ୧୫ ସଦସ୍ୟ ବିଶିଷ୍ଟ ଦଳ ଚୟନ କରିନାହିଁ।