ଏୟାରଷ୍ଟ୍ରାଇକ ପରେ ପାକିସ୍ତାନର ମନୋଭାବ ନରମ

ନୂଆଦିଲ୍ଲୀ: ଇରାନର ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଆତଙ୍କବାଦୀ ସଂଗଠନ ଉପରେ ପାକିସ୍ତାନ ଏୟାରଷ୍ଟ୍ରାଇକ୍ କରିଥିଲା । ତେବେ ଏହାପରେ ଏହି ଦୁଇ ଇସଲାମିକ ରାଷ୍ଟ୍ର ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଥିଲା । ବିଶ୍ୱରେ ପୁଣି ଥରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଏୟାରଷ୍ଟ୍ରାଇକ ପରେ ପାକିସ୍ତାନର ମନୋଭାବ ନରମ ପଡ଼ିଥିବା ଦେଖାଯାଇଛି । ଇରାନ ସହ ବିଭିନ୍ନ ପ୍ରସଙ୍ଗରେ ମିଶି କାମ କରିବାକୁ ପାକିସ୍ତାନ ଇଚ୍ଛା ପ୍ରକଟ କରିଛି । ଏନେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଜଲୀଲ ଅବାଶ ଜିଲାନୀ ଇରାନୀ ବୈଦେଶିକ ମନ୍ତ୍ରୀ ହୁସେନ ଅମୀର ଅମଦୁଲ୍ଲହିୟାନଙ୍କୁ ଫୋନ୍ କରିଥିବା ଜଣାପଡ଼ିଛି । ପାରସ୍ପରିକ ବିଶ୍ୱାସ ଓ ସୁରକ୍ଷା ସହଯୋଗ ଆଧାରରେ ଇରାନ ସହ ସବୁ ପ୍ରସଙ୍ଗରେ କାମ କରିବାକୁ ପାକିସ୍ତାନ ଇଚ୍ଛା ଜାହିର କରିଛି । ଏନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି ।ଇରାନ ପକ୍ଷରୁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଉପରେ ଏୟାରଷ୍ଟ୍ରାଇକ୍ କରାଯିବା ପରେ ପାକିସ୍ତାନ ମଧ୍ୟ ଚୁପ୍ ବସିନଥିଲା । କରାଯାଉଥିଲା । ଏହି ବାର୍ତ୍ତାଳାପ ସମୟରେ ଇରାନ ବୈଦେଶିକ ମନ୍ତ୍ରୀ କହିଥିଲେ, ଆମର ମିସାଇଲ ଓ ଡ୍ରୋନ ଆକ୍ରମଣରେ କୌଣସି ପାକିସ୍ତାନୀ ନାଗରିକଙ୍କୁ ଟାର୍ଗେଟ୍ କରାଯାଇ ନଥିଲା । ପାକିସ୍ତାନରେ ଜୈଶ ଅଲ-ଅଦଲ ନାମକ ଏକ ଇରାନୀ ଆତଙ୍କୀ ସଂଗଠନ ରହିଛି । ସେହି ଆତଙ୍କୀମାନେ ପାକିସ୍ତାନର ସିସ୍ତାନ-ବଲୁଚିସ୍ତାନ ଅଞ୍ଚଳରେ ଲୁଚି ରହିଛନ୍ତି । ଏହି ଆତଙ୍କବାଦୀମାନେ ଇରାନର କିଛି ସୁରକ୍ଷାକର୍ମୀଙ୍କୁ ହତ୍ୟା କରିଥିଲେ । ତେଣୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଇରାନ ପକ୍ଷରୁ ପାକିସ୍ତାନ ମାଟିରେ କେବଳ ଇରାନୀ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରାଯାଇଥିଲା । ଏଥିରେ 7ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି