କାହା ସେନା କେତେ ଶକ୍ତିଶାଳୀ

ଇରାନ ଓ ପାକିସ୍ତାନ ମଧ୍ୟରେ ମଧ୍ୟ ଉତ୍ତେଜନା ଆରମ୍ଭ ହୋଇଯାଇଛି। ମଙ୍ଗଳବାର ଇରାନ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କୁ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା। ପାକିସ୍ତାନ ଏହାକୁ ନିଜର ସାର୍ବଭୌମତ୍ୱର ଉଲ୍ଲଂଘନ ବୋଲି କହି ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେଇଥିଲା। ଏହାପରେ ପାକିସ୍ତାନ ମଧ୍ୟ ଏହାର ଜବାବ ଦେଇଛି। ଏହି ଆକ୍ରମଣ ପରେ ପ୍ରଶ୍ନ ଉଠୁଛି ଏହି ଦୁଇ ଇସଲାମିକ ଦେଶରେ ଯୁଦ୍ଧ ଆରମ୍ଭ ହୋଇପାରେ କି? ଯଦି ଏପରି ହୁଏ ତେବେ କିଏ ଜିତିବ? ଆସନ୍ତୁ ଜାଣିବା କାହା ପାଖରେ କେତେ ଶକ୍ତି ରହିଛି।ଇରାନର ମାନ୍ୟତା ୧୪ତମ ସ୍ଥାନରେ ରହିଥିଲେ ବି ଅନେକ କ୍ଷେତ୍ରରେ ଇରାନ ପାକିସ୍ତାନଠାରୁ ଆଗରେ ରହିଛି। ପାକିସ୍ତାନର ଜନସଂଖ୍ୟା ୨୪୭.୬ ନିୟୁତ। ସେହିପରି ଇରାନର ଜନସଂଖ୍ୟା ୮୭.୫ ନିୟୁତ, ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସିଆ ମୁସଲମାନ। ଦୁଇ ଦେଶର ସୈନ୍ୟବାହିନୀରେ ମଧ୍ୟ ବଡ଼ ପାର୍ଥକ୍ୟ ରହିଛି। ପାକିସ୍ତାନ ସେନାରେ ୬ ଲକ୍ଷ ୫୪ ହଜାର ସକ୍ରିୟ ସୈନିକ ଥିବା ବେଳେ ଇରାନରେ ୬ ଲକ୍ଷ ୧୦ ହଜାର ସକ୍ରିୟ ସୈନିକ ଅଛନ୍ତି। ନୌସେନାର ଶକ୍ତି ବିଷୟରେ କହିବାକୁ ଗଲେ ଏଥିରେ ଉଭୟ ଇରାନ ଓ ପାକିସ୍ତାନ କାହାର ବେଶୀ ଶକ୍ତି ନାହିଁ। ତେବେ ଇରାନ ପାଖରେ ୧୦୧ଟି ଏବଂ ପାକିସ୍ତାନ ପାଖରେ ୧୧୪ ଟି ଯୁଦ୍ଧ ଜାହାଜ ଅଛି।