କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା କଳିଙ୍ଗ ସୁପର କପ୍ ଫୁଟ୍ବଲ୍ ପ୍ରତିଯୋଗିତରେ ଘରୋଇ ଦଳ ଓଡ଼ିଶା ଏଫ୍ସିର ବିଜୟ ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍ରେ ବେଙ୍ଗାଲୁରୁ ଏଫ୍ସିକୁ ହରାଇଥିବା ଏହି ଦଳ ବୁଧବାର ୩-୦ ଗୋଲ୍ରେ ଇଣ୍ଟର କାଶୀକୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧର ଶେଷ ମିନିଟ୍ରେ ଲାଲଥାଥାଙ୍ଗା ଖୱଲରିଙ୍ଗ (୪୫ ମିନିଟ୍)ଙ୍କ ଗୋଲ୍ରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଡିଏଗୋ ମୌରିସିଓ (୬୦ ମିନିଟ୍)ଙ୍କ ଗୋଲ୍ରେ ଓଡ଼ିଶା ସ୍ଥିତି ୨-୦ କରିଥିଲା। ରୟ କ୍ରିଷ୍ଣଙ୍କ ପାସ୍ରେ ଈଶାକ ରାଲ୍ଟେ (୭୯ ମିନିଟ୍) ଗୋଲ୍ ଦେଇ ଘରୋଇ ଦଳକୁ ୩-୦ରେ ଆଗୁଆ କରିଥିଲେ। ଶେଷ ପର୍ଯ୍ୟନ୍ତ ଆଉ ଗୋଲ୍ ନହେବାରୁ ଓଡ଼ିଶା ବିଜୟୀ ହୋଇଥିଲା। ମୌରିସିଓ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶା ଅଲିମ୍ପିକ୍ ସଂଘର ସମ୍ପାଦକ ଅଭିଜିତ ପଲ୍ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ। ପିଚ୍-୧ରେ ଖେଳାଯାଇଥିବା ମ୍ୟାଚ୍ରେ ଏଫ୍ସି ଗୋଆ ୧-୦ ଗୋଲ୍ରେ ବେଙ୍ଗାଲୁରୁ ଏଫ୍ସିକୁ ହରାଇଛି।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Next Post