ବେଙ୍ଗାଲୁରୁ : ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଇଥିବା ୩ୟ ଟି୨୦ରେ ଭାରତ ଆଫଗାନସ୍ତାନକୁ ସୁପର ଓଭରରେ ପରାସ୍ତ କରିଛି । ଦୁଇଟି ସୁପର ଓଭର ଖେଳିବାକୁ ପଡ଼ିଥିଲା ଆଜିର ମ୍ୟାଚରେ । ରୋହିତ ଶର୍ମାଙ୍କ ବ୍ୟାଟିଂ ସାଙ୍ଗକୁ ବଡ଼ ବଡ଼ ନିଷ୍ପତ୍ତି ଭାରତକୁ ବିଜୟ ଦେଇଛି । ମ୍ୟାଚରେ ଆଫଗାନିସ୍ତାନ ଆଗରେ ବିଜୟ ପାଇଁ ୨୧୩ ରନର ଲକ୍ଷ୍ୟ ରଖିଥିଲା ଭାରତ । କିନ୍ତୁ ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନମାନେ ଲଢୁଆ ବ୍ୟାଟିଂ କରି ମ୍ୟାଚକୁ ଟାଇ କରିଦେଇଥିଲେ । ଫଳରେ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ ଆଫଗାନ ଦଳ ପ୍ରଥମେ ବ୍ୟାଟିଂ କରି ୧୬ ରନ କରିଥିଲା ଓ ଭାରତ ଆଗରେ ୧୭ ରନର ଲକ୍ଷ୍ୟ ରଖିଥିଲା । ଏହାର ଜବାବରେ ଭାରତ ମଧ୍ୟ ୧୬ ରନ କରିବାରୁ ମ୍ୟାଚ ପୁଣି ଥରେ ଟାଇ ହୋଇଥିଲା । ଏହା ପରେ ଆଉ ଥରେ ସୁପର ଓଭର ଖେଳ ହୋଇଥିଲା । ଏଥିରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୧ ରନ କରିଥିଲା । ରୋହିତ ଭଲ ଖେଳିଥିଲେ । ଜବାବରେ ଆଫଗାନିସ୍ତାନ ମାତ୍ର ଦୁଇ ଓ୍ବିକେଟ ହରାଇ ୧ ରନ କରିପାରିଥିଲା ଓ ଭାରତ ୧୦ ରନରେ ବିଜୟୀ ହୋଇଥିଲା ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଯଶସ୍ବୀ ଜୟସ୍ବାଲ ୪ ରନ କରିଥିବାବେଳେ ବିରାଟ କୋହଲି ୦, ଶିବମ ଦୁବେ ୧ ଓ ସଂଜୁ ସାମସନ ୦ ରନ କରି ଆଉଟ ହୋଇଥିଲେ । ଫଳରେ ୨୨ ରନରେ ୪ଟି ଓ୍ବିକେଟ ହରାଇ ଭାରତ ସଂକଟରେ ପଡ଼ିଥିଲା । କିନ୍ତୁ ରୋହିତ ଶର୍ମା ଓ ରିଙ୍କୁ ସିଂ ସତର୍କତାର ସହ ବ୍ୟାଟିଂ କରି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ଉଭୟ ନିଜର ଚିରାଚରିତ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲେ । ରୋହିତ ୬୯ଟି ବଲରୁ ୧୨୧ ରନ କରିଥିବାବେଳେ ରିଙ୍କୁ ୬୯ ରନ କରିଥିଲେ । ଆଫଗାନିସ୍ତାନ ପକ୍ଷରୁ ଫରିଦ ଅହମ୍ମଦ ମଲିକ୍ ୩ଟି ଓ୍ବିକେଟ ନେଇଥିବାବେଳେ ଅଜମାତୁଲ୍ଲା ଓମାରଜାଇ ଗୋଟିଏ ଓ୍ବିକେଟ ନେଇଥିଲେ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Next Post