ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଭାରତ ଶେଷ ମ୍ୟାଚ୍ ବୁଧବାର ଖେଳିବାକୁ ଯାଉଛି। ଆଫଗାନିସ୍ତାନ ବିପକ୍ଷରେ ଶୃଙ୍ଖଳା ଜିତି ସାରିଥିଲେ ମଧ୍ୟ ବେଙ୍ଗାଲୁରୁରେ ଶେଷ ମ୍ୟାଚ୍ ଜିତି ଭାରତ ମୂଳପୋଛ ଲକ୍ଷ୍ୟରେ ରହିବ। ଏଥିସହିତ କିଛି ପରୀକ୍ଷାମୂଳକ ନିଷ୍ପତ୍ତି ମଧ୍ୟ ଏହି ମ୍ୟାଚ୍ରେ ଦେଖିବାକୁ ମିଳିପାରେ। ବିଶ୍ବକପ୍କୁ ଆହୁରି ୫ ମାସ ସମୟ ଅଛି। କିନ୍ତୁ ଏହି ମ୍ୟାଚ୍ ପରେ ଆଇପିଏଲ୍ ଖେଳାଯିବାକୁ ଥିବାରୁ ବିଶ୍ବକପ୍ ଦଳରେ ସ୍ଥାନ ପାଇବାକୁ ହେଲେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଅଧିକ ଗୁରୁତ୍ବ ବହନ କରୁଛି। ଶେଷ ମ୍ୟାଚ୍ରେ ସଞ୍ଜୁ ସାମସନ୍, କୁଲଦୀପ ଯାଦବ ଓ ଆୱେସ ଖାନ୍ଙ୍କ ମଧ୍ୟରୁ ଜଣଙ୍କୁ ରୋହିତ ଖେଳାଇ ପାରନ୍ତି। ଗତ ମ୍ୟାଚ୍ରେ ୨୦୦ ଟ୍ବେଣ୍ଟି-୨୦ ୱିକେଟ୍ ନେଇଥିବା ଅକ୍ଷର ପଟେଲ ଏହି ମ୍ୟାଚ୍ରେ ପୂର୍ବ ପ୍ରଦର୍ଶନ ଜାରି ରଖିବାକୁ ଚାହିବେ। ତାଙ୍କର ଅଲ୍ରାଉଣ୍ଡର ଭୂମିକା ଭାରତୀୟ ଦଳକୁ ସବୁବେଳେ ଫାଇଦା ଦେଉଛି। ତାଙ୍କୁ ଅନ୍ୟ ପଟରୁ ଯୁବ ବୋଲର ରବି ବିଷ୍ଣୋଇ ସହାୟତା ଦେଉଥିଲା ବେଳେ ପ୍ରତିପକ୍ଷଙ୍କୁ ଅସୁବିଧାରେ ପକାଇବାରେ ସେ ପାରଙ୍ଗମ ହେଲେଣି। ଏହାସତ୍ତ୍ବେ ବୁଧବାର ବିଷ୍ଣୋଇ କିମ୍ବା ୱାସିଂଟନ୍ ସୁନ୍ଦରଙ୍କୁ ବିଶ୍ରାମ ଦିଆଯିବା ସମ୍ଭାବନା ରହିଥିଲା ବେଳେ କୁଲଦୀପ ଯାଦବଙ୍କୁ ସାମିଲ କରାଯାଇପାରେ। ସେହିପରି ମୁକେଶ କୁମାରଙ୍କ ସ୍ଥାନରେ ଆୱେସ ଖାନ୍ଙ୍କୁ ସୁଯୋଗ ମିଳିପାରେ।
Trending
- ପାଟନା ସିଭିଲ କୋର୍ଟରେ ଗୁଳିକାଣ୍ଡ ମାମଲାରେ ଚର୍ଚ୍ଚିତ ଶିକ୍ଷକ ଖାନ୍ ସାର୍
- ରାଜ୍ୟରେ ମୋଟ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଥିବା ବେଳେ ୧୯,୯୨୪ ଜଣଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ
- ଅନ୍ତର୍ଜାତୀୟ ରଜ ଉତ୍ସବ ଉପରେ କାଳବୈଶାଖୀ ମାଡ଼,ବ୍ୟବସାୟୀଙ୍କ ସାମଗ୍ରୀରେ ପାଣି ପଶି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଛି
- ଦିଲ୍ଲୀରେ ‘କକ୍ରୋଚ୍’ ପାର୍ଟିର ଆନ୍ଦୋଳନ,କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି
- କାଳବୈଶାଖୀ ପ୍ରଭାବରେ ରାଜଧାନୀରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା
- ଭିଜିଲାନ୍ସ ଜାଲରେ ବାଲିଗୁଡ଼ା ITDA ସହକାରୀ ଯନ୍ତ୍ରୀ ବୈକୁଣ୍ଠ ନାଥ ବେହେରା,ଏକା ସାଙ୍ଗରେ ୯ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
Prev Post
Next Post