ବଦଳିଲା ସ୍କୁଲର ନିୟମ

ଅସହ୍ୟ ଥଣ୍ଡାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ ସରକାର ସ୍କୁଲ ବନ୍ଦ କରିବାର ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ଦେଶର ରାଜଧାନୀ ଦିଲ୍ଲୀର ସମସ୍ତ ସ୍କୁଲ ମଧ୍ୟ ବନ୍ଦ ରହିଥିଲା। ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ନର୍ସରୀ ଠାରୁ ୫ମ ଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରାଯାଇଥିଲା । ତେବେ ଆସନ୍ତାକାଲି ଠାରୁ ଦିଲ୍ଲୀରେ ସମସ୍ତ ସ୍କୁଲ ପୁଣିଥରେ ଖୋଲିବାକୁ ଯାଉଛି। ମାତ୍ର ସ୍କୁଲ ଖୋଲିବାକୁ ନେଇ କିଛି ନିୟମରେ ପରିବର୍ତନ କରାଯାଇଛି । ଅର୍ଥାତ, ସ୍କୁଲ ଖୋଲିବା ଓ ବନ୍ଦ ହେବା ସମୟରେ ସାମାନ୍ୟ ପରିବର୍ତ୍ତନ ଅଣାଯାଇଛି। ଦିଲ୍ଲୀରେ କୌଣସି ବିଦ୍ୟାଳୟ ସକାଳ ୯:୦୦ଟା ପୂର୍ବରୁ ଆରମ୍ଭ ହେବ ନାହିଁ। ଏହା ବ୍ୟତୀତ ସନ୍ଧ୍ୟା ୫:୦୦ଟା ପରେ କୌଣସି ବିଦ୍ୟାଳୟ କାର୍ଯ୍ୟ କରିବ ନାହିଁ। ପାଣିପାଗ ଅବସ୍ଥାକୁ ଦୃଷ୍ଟିରେ ରଖି ଏଭଳି ଏକ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର।