ସିଟି ବ୍ୟାଙ୍କ ଛଟେଇ

ଆସନ୍ତା ୨ ବର୍ଷ ମଧ୍ୟରେ ୨୦ ହଜାରରୁ ଉଦ୍ଧ୍ୱର୍ କର୍ମଚାରୀଙ୍କୁ ଛଟେଇ କରିବା ନେଇ ଯୋଜନା କରୁଛି । ଦୀର୍ଘ ୧୪ ବର୍ଷର ଖରାପ ତ୍ରୈୟମାସିକ ରିପୋର୍ଟକୁ ଦୃଷ୍ଟିରେ ରଖି ସିଟି ବ୍ୟାଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଆମେରିକୀୟ ବ୍ୟାଙ୍କର ମୋଟ୍ କର୍ମଚାରୀ ହେଉଛନ୍ତି ୨ ଲକ୍ଷ ୩୯ ହଜାର । ଏପରି ସ୍ଥିତିରେ ୨୦୨୬ ସୁଦ୍ଧା ବ୍ୟାଙ୍କରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟା ୮% ହ୍ରାସ ହୋଇପାରେ ।ଏକ ରିପୋର୍ଟରୁ ପ୍ରକାଶ ଯେ ଏହି ଛଟେଇରୁ ବ୍ୟାଙ୍କର ୧ ବିଲିୟନ ଡଲାର ଖର୍ଚ୍ଚ ହେବ । ଏହି ଅର୍ଥରୁ ଛଟେଇ ହୋଇଥିବା କର୍ମଚାରୀଙ୍କ ଅତିରିକ୍ତ ବେତନ ଏବଂ ଅନ୍ୟାନ୍ୟ ସୁବିଧା ଉପରେ ଖର୍ଚ୍ଚ କରାଯିବ । ତେବେ ବ୍ୟାଙ୍କ ଏହାର ଖର୍ଚ୍ଚ ହ୍ରାସ କରିବାକୁ ଚେଷ୍ଟା କରୁଛି ଯଦ୍ୱାରା ବ୍ୟାଙ୍କର ଲାଭରେ ବୃଦ୍ଧି ହୋଇପାରିବ । ବ୍ୟାଙ୍କର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଜେନ୍ ଫ୍ରେଶନ୍ କାର୍ଯ୍ୟଭାର ସମ୍ଭାଳିବା ପରେ ସିଟିଗ୍ରୁପ୍ ଏହାର ବ୍ୟବସାୟକୁ ପୁନର୍ଗଠନ କରିବାରେ ବ୍ୟସ୍ତ ରହିଛି । ଚଳିତ ବର୍ଷ ଏହି ବ୍ୟାଙ୍କର ଖର୍ଚ୍ଚ ୫୩.୫ରୁ ୫୩.୮୦ ରହିବା ନେଇ ବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଆକଳନ କରାଯାଇଥିଲା ।