କର୍ମଚାରୀଙ୍କୁ ଚାକିରିରୁ ବାହାର କରିବ ଗୁଗୁଲ
ନୂଆଦିଲ୍ଲୀ: କର୍ମଚାରୀଙ୍କୁ ଚାକିରିରୁ ବାହାର କରିବ ଗୁଗୁଲ । ଛଟେଇର କାରଣ ହେଉଛି ଆବଶ୍ୟକତାଠାରୁ ଅଧିକ ରହିଛନ୍ତି କର୍ମଚାରୀ । ଆଗାମୀ ଦିନରେ ଏପରି ଘଟିବାକୁ ଯାଉଥିବା କଂପାନି ପକ୍ଷରୁ କୁହାଯାଇଛି । ସବୁଠାରୁ ଶକ୍ତିଶାଳୀ ଟେକ୍ନୋଲୋଜି କମ୍ପାନୀ ମଧ୍ୟରୁ ଗୁଗୁଲର କର୍ମଚାରୀମାନେ ପୁଣି ଥରେ ବିଶ୍ୱବ୍ୟାପୀ ଛଟେଇର ଶିକାର ହୋଇଛି। ଗତ ବର୍ଷ ଆରମ୍ଭରେ ମଧ୍ୟ କମ୍ପାନୀ ପ୍ରାୟ ୧୨ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲା। ଗୁଗୁଲ ଘୋଷଣା କରିଛି ଯେ ଏହାର ଅନେକ ବିଭାଗରୁ ଶହ ଶହ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଏହାର ହାର୍ଡୱେୟାର, କୋର ଇଞ୍ଜିନିୟରିଂ ଏବଂ ଗୁଗୁଲ ଆସିଷ୍ଟାଣ୍ଟ ଟିମରେ ଛଟେଇ ହେବ ବୋଲି କମ୍ପାନୀ ଘୋଷଣା କରିଛି। ଗୁଗୁଲର ଡିଭାଇସ୍ ଆଣ୍ଡ ସର୍ଭିସ ଟିମର କିଛି ଭୂମିକା ହ୍ରାସ କରାଯାଉଛି। ଗୁଗୁଲର ଭଏସ୍-ଆକ୍ଟିଭେଟ୍ ଗୁଗୁଲ୍ ଆସିଷ୍ଟାଣ୍ଟ ସଫ୍ଟୱେୟାରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ନାମ ମଧ୍ୟ ଅନ୍ତର୍ଭୂକ୍ତ କରାଯାଇଛି। ଏହି ଟିମରେ କାର୍ଯ୍ୟ କରୁଥିବା ଅନେକ କର୍ମଚାରୀଙ୍କୁ ବରଖାସ୍ତ କରାଯାଉଛି।