ସାରା ଦେଶ ସଲମାନଙ୍କ ବିବାହ ବିଷୟରେ ଜାଣିବା ପାଇଁ ଅପେକ୍ଷା କରି ରହିଛନ୍ତି । ୫୮ ବର୍ଷ ବୟସରେ ବ୍ୟାଚେଲର ରହିଛନ୍ତି ଦବଙ୍ଗ ଷ୍ଟାର ସଲମାନ୍ । ତେବେ ଟେଲିଭିଜନର ସୁପରହିଟ ରିଆଲିଟି ଶୋ’ରେ ସଲମାନ୍ ନିଜ ବିବାହକୁ ନେଇ ଏକ ବଡ଼ ଅପଡେଟ ଦେଇଛନ୍ତି । ‘ବିଗ ବସ’ର ୱିକେଣ୍ଡ ୱାର ଏପିସୋଡରେ ଏଣ୍ଟ୍ରି କରିଥିଲେ ବଲିଉଡ ସୁନ୍ଦରୀ ତବୁ । ବଲିଉଡ ଦୁନିଆରେ ତବୁ ମଧ୍ୟ ଆଜି ପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି । ତେବେ ଏହି ଏପିସୋଡରେ ଉଭୟ ଅଭିନେତା ଖୁବ ମଜା-ମସ୍ତି କରିଛନ୍ତି । ଏହାଭିତରେ ଉଭୟ ନିଜ ବିବାହକୁ ନେଇ ମଧ୍ୟ ଖୁବ ଚର୍ଚ୍ଚା କରିଥିବା ଦେଖାଯାଇଛି । ଶୋ’ରେ ଉଭୟଙ୍କ ମଜା-ମସ୍ତି ଲୋକଙ୍କୁ ଖୁବ ପସନ୍ଦ ଆସିଛି ।ଏହି ସମୟରେ ସଲମାନ କହିଥିଲେ ଯେ, ଅଙ୍କିତା ଏବଂ ଭିକ୍କି ଅନେକ ଥର ବିବାହ କରି ସାରିଛନ୍ତି, ଶୋ’ ଆରମ୍ଭରୁ ହିଁ ସେମାନେ ଥରେ ବିବାହ କରିଥିଲେ । ଏଥିରେ ତବୁ ମଜାକିଆ ଅନ୍ଦାଜରେ କହିଛନ୍ତି ଯେ, ଆମେ(ସଲମାନ-ତବୁ)ତ ବିବାହ କରୁନୁ, ତେଣୁ ଆମ ଭାଗର ବିବାହ ଅନ୍ୟମାନଙ୍କ ଦ୍ୱାରା କରାଉଛୁ । ଏହପରେ ସଲମାନ ମଧ୍ୟ ଏହାକୁ ଏକ ମଜାଦାର ଜବାବ ଦେଇଛନ୍ତି ।ନିଜ ବିବାହକୁ ନେଇ ସଲମାନ କହିଛନ୍ତି ଯେ, ଆମେ ହ୍ୱିଲ ଚେୟାରରେ ବିବାହ କରିବୁ… ଆଉ ତା’ ପରେ ସିଧା ମଶାଣୀକୁ ଚାଲିଯିବୁ । ବିବହକୁ ନେଇ ସଲମାନଙ୍କ ଏହି ଜବାବ ଶୁଣି ସେଟ୍ ରେ ଉପସ୍ଥିତ ସମସ୍ତ ପ୍ରତିଯୋଗୀ ଏବଂ ଅତିଥି ହସି ହସି ବେଦମ ହୋଇ ଯାଇଛନ୍ତି । ଏହାପରେ ବି ଫ୍ୟାନ୍ସମାନଙ୍କ ମନରେ ଗୋଟିଏ ପ୍ରଶ୍ନ, ସଲମାନ କେବେ ଏବଂ କାହାକୁ କରିବେ ବିବାହ?
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post