ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ପକ୍ଷରୁ ୨୦୬୪ଟି ଶିକ୍ଷକ ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ଅଣ-ସରକାରୀ ପୂର୍ଣ୍ଣ ସହାୟତାପ୍ରାପ୍ତ ହାଇସ୍କୁଲମାନଙ୍କରେ ଏହି ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଏସଏସବିର ଅଫିସିଆଲ ୱେବସାଇଟକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।
ଜାନୁଆରୀ ମାସ ୮ ତାରିଖରୁ ଏହି ସମସ୍ତ ପଦ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆସନ୍ତା ଫେବୃଆରୀ ମାସ ୭ ତାରିଖରେ ତାହା ସମାପ୍ତ ହେବ । ପ୍ରାର୍ଥୀମାନେ ବୟସ ଯୋଗ୍ୟତା, ଶିକ୍ଷାଗତ ଯୋଗ୍ୟତା ସମ୍ପିର୍କତ ତଥ୍ୟ ଜାଣିବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ଚେକ୍ କରିପାରିବେ । ୟୁଆର, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି) ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୫୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୨୦୦ ଟଙ୍କା ରହିଛି । ପେମେଣ୍ଟ ଏସିବିଆଇ କଲେକ୍ଟ ଗେଟୱେରେ ଅନଲାଇନରେ ଗ୍ରହଣ କରାଯିବ ।