ଜଳଦସ୍ୟୁମାନେ ଲାଇବେରିଆର ଏକ ପଣ୍ୟବାହୀ ଜାହାଜକୁ ଆକ୍ରମଣ କରିଥିଲେ। ଏଥିରେ ୧୫ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ। ସୂଚନା ପାଇଁ ଅବିଳମ୍ବେ ଭାରତୀୟ ନୌସେନାର କମାଣ୍ଡୋ ବା ମାର୍କୋସମାନେ ସାହସିକ ପଦକ୍ଷେପ ନେଇ ଏହାକୁ ସୁରକ୍ଷା ଦେଇଥିଲେ। ତେବେ ଜଳମାର୍ଗରେ ଆକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ଆରବ ସାଗର ଏବଂ ଆଡ଼େନ ଉପସାଗରରେ ଏହାର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି। ୧୦ରୁ ଅଧିକ ଯୁଦ୍ଧପୋତକୁ ଉତ୍ତର ଓ କେନ୍ଦ୍ରୀୟ ଆରବ ସାଗରରୁ ଆଡ଼େନ ଉପସାଗର ମଧ୍ୟରେ ରଖାଯାଇଛି। କେବଳ ଜଳଦସ୍ୟୁ ନୁହେଁ ସମ୍ଭାବ୍ୟ ଡ୍ରୋନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ମଧ୍ୟ ଏହା କରାଯାଇଛି। ଭାରତ ନିଜ ପକ୍ଷରୁ ସ୍ବାଧୀନ ଭାବେ ଏହାର ସୁରକ୍ଷାକୁ ବଢ଼ାଇଛି। ଉଲ୍ଲେଖଯୋଗ୍ୟ, ଲୋହିତ ସାଗରରେ ଗତ ଡିସେମ୍ବରରେ ୟେମେନର ହୁଥି ବିଦ୍ରୋହୀମାନେ ଆକ୍ରମଣ କରିବା ଫଳରେ ଆମେରିକା ନେତୃତ୍ବରେ କେତେକ ଦେଶ ‘ଅପରେସନ ପ୍ରସପରିଟି ଗାର୍ଡିଆନ୍’ ନାମରେ ଅଭିଯାନ ଆରମ୍ଭ କରିଛନ୍ତି। ଭାରତ ଏଥିରେ ସାମିଲ ହୋଇନାହିଁ।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
Prev Post
Next Post