ଜଳଦସ୍ୟୁମାନେ ଲାଇବେରିଆର ଏକ ପଣ୍ୟବାହୀ ଜାହାଜକୁ ଆକ୍ରମଣ କରିଥିଲେ। ଏଥିରେ ୧୫ ଜଣ ଭାରତୀୟ କ୍ରୁ ସଦସ୍ୟ ଥିଲେ। ସୂଚନା ପାଇଁ ଅବିଳମ୍ବେ ଭାରତୀୟ ନୌସେନାର କମାଣ୍ଡୋ ବା ମାର୍କୋସମାନେ ସାହସିକ ପଦକ୍ଷେପ ନେଇ ଏହାକୁ ସୁରକ୍ଷା ଦେଇଥିଲେ। ତେବେ ଜଳମାର୍ଗରେ ଆକ୍ରମଣ ବୃଦ୍ଧି ପାଉଥିବାରୁ ଭାରତ ଆରବ ସାଗର ଏବଂ ଆଡ଼େନ ଉପସାଗରରେ ଏହାର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦେଇଛି। ୧୦ରୁ ଅଧିକ ଯୁଦ୍ଧପୋତକୁ ଉତ୍ତର ଓ କେନ୍ଦ୍ରୀୟ ଆରବ ସାଗରରୁ ଆଡ଼େନ ଉପସାଗର ମଧ୍ୟରେ ରଖାଯାଇଛି। କେବଳ ଜଳଦସ୍ୟୁ ନୁହେଁ ସମ୍ଭାବ୍ୟ ଡ୍ରୋନ ଆକ୍ରମଣକୁ ପ୍ରତିହତ କରିବା ପାଇଁ ମଧ୍ୟ ଏହା କରାଯାଇଛି। ଭାରତ ନିଜ ପକ୍ଷରୁ ସ୍ବାଧୀନ ଭାବେ ଏହାର ସୁରକ୍ଷାକୁ ବଢ଼ାଇଛି। ଉଲ୍ଲେଖଯୋଗ୍ୟ, ଲୋହିତ ସାଗରରେ ଗତ ଡିସେମ୍ବରରେ ୟେମେନର ହୁଥି ବିଦ୍ରୋହୀମାନେ ଆକ୍ରମଣ କରିବା ଫଳରେ ଆମେରିକା ନେତୃତ୍ବରେ କେତେକ ଦେଶ ‘ଅପରେସନ ପ୍ରସପରିଟି ଗାର୍ଡିଆନ୍’ ନାମରେ ଅଭିଯାନ ଆରମ୍ଭ କରିଛନ୍ତି। ଭାରତ ଏଥିରେ ସାମିଲ ହୋଇନାହିଁ।
Trending
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
- ପ୍ରଧାନମନ୍ତ୍ରୀ ଗୁରୁ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
- ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ
- ଗୁରୁ ହିଁ ସାକ୍ଷାତ ଈଶ୍ବର
- ଭାରତ ବନ୍ଦ କରିବ କି ୟୁକ୍ରେନ ଯୁଦ୍ଧ
Prev Post
Next Post