ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆ ବିପକ୍ଷରେ ପୁଣି ପରାଜୟବରଣ କରିଛି ଟିମ୍ ଇଣ୍ଡିଆ । ଏହି ପରାଜୟ ଫଳରେ ଅଷ୍ଟ୍ରେଲିଆ ୨-୧ରେ ସିରିଜ୍ ବିଜୟୀ ହୋଇଛି । ପୂର୍ବରୁ ଦୁଇ ଟିମ୍ ଗୋଟିଏ ଲେଖାଏଁ ମ୍ୟାଜ ଜିତିଥିବା ବେଳେ ସିରିଜ ୧-୧ରେ ବରାବର ରହିଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୧୪୭ ରନ୍ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ ୨୯ ରନ୍ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଅନ୍ନାବେଲ ସୁଥରଲାଣ୍ଡ ଓ ଜିଓର୍ଜିଆ ୱାରେହାମ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ୧୮.୪ ଓଭରରେ ମାତ୍ର ୩ ୱିକେଟ ହରାଇ ୧୪୯ ରନ୍ କରି ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ପୂଜା ଭଷ୍ଟ୍ରାକର ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ ।
ତେବେ