୧୬ ହଜାର ଫୁଟ ଉପରୁ ଫୋନ ପଡ଼ିବି ବି ସୁରକ୍ଷିତ । ଖାଲି ସୁରକ୍ଷିତ ନୁହେଁ ପୂର୍ବ ଭଳି ଚାଲୁଛି ଫୋନ୍ । ଆଲାସ୍କା ଏୟାର୍ ଲାଇନ୍ସର ବୋଇଂ 737-9 ମାକ୍ସ ବିମାନର ଏମାର୍ଜେନ୍ସି କବାଟ ଉଡ଼ିଯିବା ଘଟଣାରେ ଆସିଛି ଏଭଳି ତତ୍ୟ । ବିମାନର ଏମାର୍ଜେନ୍ସି କବାଟ ଉଡ଼ିଯିବା ପରେ ବିମାନରେ ଥିବା କିଛି ଜିନିଷ ମଧ୍ୟ ଉଡ଼ି ଯାଇଥିଲା । ଏହି ସମୟରେ କବାଟ ନିକଟରେ ଥିବା କିଛି ପର୍ଯ୍ୟଟକଙ୍କ ବ୍ୟାଗ ମଧ୍ୟ ଉଡ଼ି ଯାଇଥିଲା । ଯେଉଁଥିରେ ଫୋନ ମଧ୍ୟ ଥିଲାଘଟଣା ପରେ ଉକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଖୋଜାଖୋଜିରେ ଗୋଟିଏ ବ୍ୟାଗ ମିଳିଥିଲା । ଯେଉଁଥିରେ ଏକ ଆଇଫୋନ୍ ଥିବା ସନାଥନ୍ ବେଟ୍ସ ନାମକ ଜଣେ ବ୍ୟକ୍ତି ନିଜ ଏକ୍ସରେ କହିଛନ୍ତି । ସେ ଲେଖିଛନ୍ତି ରାସ୍ତା କଡ଼ରୁ ମିଳିଥିବା ବ୍ୟାଗରେ ଏକ ଫୋନ୍ ଥିଲା । ଫୋନ୍ ଟି ଏବେବି ପ୍ଲାଇଟ୍ ମୋଡରେ ଅଛି । ଫୋନ୍ର କିଛି ଅଂଶ ଫାଟିଯାଇଥିବା ବେଳେ ସେ ଫୋନର କିଛି ଫଟୋ ମଧ୍ୟ ସେୟାର କରିଛନ୍ତି । ତେବେ ଫୋନ୍ର ମଡେଲ ସ୍ପଷ୍ଟ କରାଯାଇନି । ଏହା ଆଇ ଫୋନ୍ ୧୪ ପ୍ରୋ କିମ୍ବା ଆଇ ଫୋନ୍ ୧୫ ଫ୍ରୋ ବୋଲି ଅନୁମାନ କରାଯାଉଛି । ଘଟଣା ପରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଫୋନ ମିଳିଥିବାବେଳେ ବିମାନରୁ ଉଡ଼ିଥିବା ଡୋର ମିଳିନଥିବା କୁହାଯାଉଛି । ଶୁକ୍ରବାର ମଝି ଆକାଶରେ ଉଡ଼ି ଯାଇଥିଲା ବିମାନର କବାଟ । ଆମେରିକାର ବିମାନ କମ୍ପାନି ଆଲାସ୍କା ଏୟାର୍ ଲାଇନ୍ସର ବୋଇଂ 737-9 ମାକ୍ସ ବିମାନରେ ଏଭଳି ଘଟିଥିଲା । ବିମାନ ନମ୍ବର AS1282, ପୋର୍ଟଲାଣ୍ଡରୁ କାଲିଫର୍ଣ୍ଣିଆର ଓଣ୍ଟାରିଓ ଯାଉଥିଲା
Trending
- ଆସନ୍ତାକାଲି ଶ୍ରୀମନ୍ଦିରକୁ ବାହୁଡ଼ିବେ ଶ୍ରୀଜିଉ,ଆଜି ନବମୀ ତିଥିରେ ସନ୍ଧ୍ୟା ଦର୍ଶନ କରିବେ ଭକ୍ତ
- ଛାତ୍ରଙ୍କ ସମର୍ଥନରେ ବାହାରିଲେ ସାମାଜିକ କାର୍ଯ୍ୟକର୍ତ୍ତା ଆନ୍ନା ହଜାରେ,ମହାତ୍ମା ଗାନ୍ଧିଙ୍କ ପ୍ରତିମା ନିକଟରେ ୨ ଘଣ୍ଟା ମୌନ ବ୍ରତ କରିଛନ୍ତି ଆନ୍ନା
- ବିଲକୁ ଓଲଟିଲା ଘରୋଇ ବସ୍,୪୦ ଆହତ
- ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଖୋଲିଲା ଆଉ ୪ ଗେଟ୍,ବର୍ତ୍ତମାନ ୧୬ ଟି ଗେଟ୍ ଦେଇ ପାଣି ନିଷ୍କାସିତ
- ରାଜ୍ୟରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କୁ ମିଳିବ ଶୀଘ୍ର ନ୍ୟାୟ, ରାଜ୍ୟର ୬ଟି ଜିଲ୍ଲାରେ ଏକ୍ସକ୍ଲୁସିଭ୍ ସ୍ୱତନ୍ତ୍ର କୋର୍ଟ ସ୍ଥାପନ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ
- ଦିଲ୍ଲୀର ଜନ୍ତରମନ୍ତରରେ CJP Protest: ଦିଲ୍ଲୀର ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ କଲା DMRC
- ହୀରାକୁଦ ଜଳଭଣ୍ଡାରର ବୃଦ୍ଧି ପାଉଛି ଜଳସ୍ତର
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
Prev Post
Next Post