ଦେଶରେ ଆୟ ଅସମାନତା ହ୍ରାସ ପାଉଛି
ନୂଆଦିଲ୍ଲୀ: ଏସବିଆଇ ରିପୋର୍ଟରୁ ପ୍ରକାଶ ପାଇଛି ଯେ ଦେଶରେ ଆୟ ଅସମାନତା ହ୍ରାସ ପାଇଛି । ଏହାସହ ଭାରତୀୟଙ୍କ ଆୟ ବୃଦ୍ଧି ମଧ୍ୟ ଘଟିଛି । ଭାରତୀୟ ମଧ୍ୟବିତ ପରିବାରର ଆୟ ବଢ଼ିବାରେ ଲାଗିଛି । ସିବିଡିଟି ତଥ୍ୟକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି ଯେ ଆୟକର ଆଧାର ବର୍ଷକୁ ବର୍ଷ ବୃଦ୍ଧି ପାଉଛି ଏବଂ ୨୦୨୧-୨୨ ଆର୍ôଥକ ବର୍ଷରେ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୦ ନିୟୁତ ଥିବା ବେଳେ ଏହା ୨୦୨୨-୨୩ରେ ୭୪ ନିୟୁତକୁ ବୃଦ୍ଧି ପାଇଛ । ଟିକସ ଆକଳନ ବର୍ଷ ୨୦୨୩-୨୪ ପାଇଁ ୩୧ ଡିସେମ୍ବର ୨୦୨୩ ସୁଦ୍ଧା ମୋଟ ୮୨ ନିୟୁତ ଆୟକର ରିଟର୍ଣ୍ଣ ଦାଖଲ କରାଯାଇଛି । ଏସବିଆଇ ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ ୨୦୧୩-୧୪ ଏବଂ ୨୦୨୧-୨୨ ଆକଳନ ବର୍ଷ ମଧ୍ୟରେ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ର୍ପ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଗତ ଟିକସଦାତାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆଇଟିଆର ୨୯୫% ବୃଦ୍ଧି ପାଇଛି । ଏଥିରୁ ଜଣାପଡ଼ିଛି େ ଦେଶବାସୀଙ୍କ ଆୟ ବଢ଼ିଛି । ୧୦ ଲକ୍ଷରୁ ୨୫ ଲକ୍ଷ ଟଙ୍କା ର୍ପ୍ୟନ୍ତ ରୋଜଗାର କରୁଥିବା ଲୋକଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆଇଟିଆର ସଂଖ୍ୟା ମଧ୍ୟ ପ୍ରାୟ ୩ ଗୁଣ (୨୯୧%) ବୃଦ୍ଧି ପାଇଛି ।