ସାମି ଖେଳି ନପାରନ୍ତି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ମହମ୍ମଦ ସାମି ଖେଳି ନାରନ୍ତି ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ । ଜାନୁଆରୀ ୨୫ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାକୁ ଯାଉଛି ଭାରତ । ଦକ୍ଷିଣ ଆଫ୍ରିକାରେ ସିରିଜ ଡ୍ର କରିବା ପରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଜିତିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ତେବେ ଆହତ କାରଣରୁ ଟିମ ଇଣ୍ଡିଆରୁ ବାହାରେ ଥିବା ଦୃତ ବୋଲର ମହମ୍ମଦ ସାମି ଏହି ସିରିଜ ଖେଳିବାକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ବିଶ୍ୱକ ପରେ ବିଶ୍ରାମ ନେଇଥିବା ସାମି ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ମଧ୍ୟ ଖେଳିପାରିନଥିଲେ । ସାମିଙ୍କ ଗୋଡ଼ରେ ଆଘାତ ଲାଗିଥିବାବେଳେ ସେ ଫିଟ୍ ହୋଇନାହାନ୍ତି । ବିଶ୍ୱକପରେ ତାଙ୍କ ଦମଦାର ପ୍ରଦର୍ଶନ ଟିମ ପାଇଁ ଗୁରୁତ୍ୱ ବହନ କରିଥିବାବେଳେ ଶକ୍ତିଶାଳୀ ଦଳ ବିପକ୍ଷରେ ସାମିଙ୍କ ଉପସ୍ଥିତି ଦଳ ପାଇଁ ଆବଶ୍ୟକ ରହିଛି । ସାମିଙ୍କ ବଦଳରେ ମୁକେଶ କୁମାର ସ୍ଥାନ ପାଇବେ ବୋଲି କୁହାଯାଉଛି ।