ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଶ୍ବଶୁର ଘରୁ ଆସିଲା ୫ ହଜାର ପ୍ରକାରର ଉପହାର

 

ଅଯୋଧ୍ୟା : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ। ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ବଶୁର ଘର ମିଥିଳାରୁ ରାମଲଲାଙ୍କ ପାଇଁ ୫ ହଜାର ଉପହାର ଆସିଛି। ଜନକପୁର ଧାମର ମେୟର ମନୋଜ କୁମାର ଶାହ ଏବଂ ଜାନକୀ ମନ୍ଦିରର ମହନ୍ତ ରାମତପେଶ୍ବର ଦାସଙ୍କ ନେତୃତ୍ବରେ ଏହି ଯାତ୍ରା ଆରମ୍ଭ ହୋଇଥିଲା। ଜାନକୀ ମନ୍ଦିରର ଉତ୍ତରାଧିକାରୀ ରାମ ରୋଶନ ଦାସ ମଧ୍ୟ ଯାତ୍ରାରେ ସାମିଲ ଅଛନ୍ତି। ନେପାଳର ପଶ୍ଚିମ ଚମ୍ପାରଣ, କୁଶିନଗର, ଗୋରଖପୁର ଦେଇ ଯାତ୍ରା ଅଯୋଧ୍ୟାରେ ପହଞ୍ଚିଛି।ଏହା ମଧ୍ୟରେ ବସ୍ତ୍ର, ଫଳ, ଶୁଖିଲା ଫଳ, ବିଭିନ୍ନ ବ୍ୟଞ୍ଜନ, ରୁପାର କଠଉ ଏବଂ ଅଳଙ୍କାର ସାମିଲ ରହିଛି। ଜନକପୁରର ପ୍ରତ୍ୟେକ ଘରୁ ଏହି ଉପହାର ଆସିଛି। ଜନକପୁରର ପ୍ରାୟ ୫୦୦ ଲୋକ ବାସୀ ଏ ସବୁ ଆଣି ଅଯୋଧ୍ୟାର କାରସେବକପୁରମରେ ପହଞ୍ଚିଛନ୍ତି।