ଉତ୍ତର କୋରିଆ ୨୦୦ ତୋପ ବୋମା ନିକ୍ଷେପ

ଆଜି ସକାଳେ ଦକ୍ଷିଣ କୋରିଆ ସେନା ରିପୋର୍ଟ କରିଥିଲା ଯେ, ଉତ୍ତର କୋରିଆ ୨୦୦ରୁ ଅଧିକ ତୋପ ବୋମା ନିକ୍ଷେପ କରିଛି। କିନ୍ତୁ, ଏହାଦ୍ବାରା ଦକ୍ଷିଣ କୋରିଆରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହି ବୋମା ସବୁ ଦୁଇ କୋରିଆ ମଧ୍ୟରେ ଥିବା ସାମୁଦ୍ରିକ ସୀମା ଅନ୍ତର୍ଗତ ‘ନର୍ଦନ୍‌ ଲିମିଟ୍‌ ଲାଇନ୍‌’ ମଧ୍ୟରେ ପଡ଼ିଛି।ରିପୋର୍ଟ କରି ସାରିବା ପରେ ଦକ୍ଷିଣ କୋରିଆ ସେନା ଉତ୍ତର କୋରିଆ ସୀମାନ୍ତ ନିକଟ ୟେଓନ୍‌ପିୟେଓଙ୍ଗ୍‌ ଦ୍ବୀପାଞ୍ଚଳରେ ସମରାଭ୍ୟାସ କରିବ ବୋଲି ଜନସ୍ଥାନାନ୍ତରଣ ନିମନ୍ତେ ନୋଟିସ ଜାରି କରିଛି।