ବଦଳାନ୍ତୁ ଫୋନ୍ ସେଟିଂ 

ଆଜି ଆମେ ଆପଣଙ୍କୁ ଏପରି କିଛି ଖାସ୍ ଟିପ୍ସ ଓ ଟ୍ରିକ୍ସ ଦେଉଛୁ ଯାହା ଆପଣଙ୍କୁ ସାଇବର ଫ୍ରଡରୁ ରକ୍ଷା କରିବାରେ ସହାୟକ ହେବ ।ଏଥିପାଇଁ ଆପଣଙ୍କୁ କେବଳ ମୋବାଇଲ୍ ସେଟିଂରେ ପରିବର୍ତ୍ତନ କରିବାକୁ ହେବ । ଅଧିକାଂଶ ସାଇବର ଫ୍ରଡର ପ୍ରାରମ୍ଭ ଏକ ଫୋନ୍ କଲ୍ କିମ୍ବା ମେସେଜ୍‌ରୁ ହୋଇଥାଏ । ପ୍ରାୟ ସମୟରେ ୟୁଜର୍ସ ସ୍କାମର୍ସଙ୍କ ଜାଲରେ ଫସିଯାଆନ୍ତି ଓ ନିଜର ଲକ୍ଷ ଲକ୍ଷ ଟଙ୍କା ହରାଇ ବସନ୍ତି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ଏପରି ମୋବାଇଲ୍ ସେଟିଂ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କୁ ଏପରି କଲ୍‌ରୁ ମୁକ୍ତି ଦେବ ।ଏଥିପାଇଁ ଆପଣ ସ୍ମାର୍ଟଫୋନ୍ ସେଟିଂକୁ ଓପନ କରନ୍ତୁ । ଏହାପରେ ୟୁଜର୍ସଙ୍କ କଲ୍ ସେଟିଂକୁ ଯାଆନ୍ତୁ । କଲର ଆଇଡି ଓ ସ୍ପାମ୍ ପ୍ରୋଟେକ୍ସନ ଅପ୍ସନ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଏହାକୁ ଏନେବଲ କରନ୍ତୁ । ଏହି ମୋବାଇଲ୍ ସେଟିଂରେ ଆପଣଙ୍କୁ ୨ଟି ବିକଳ୍ପ ଦିଆଯାଇଥିବ ।