ପିକନିକ୍ ବସକୁ ଧକ୍କା ଦେଲା ଟ୍ରକ୍ । ୧୪ ମୃତ
ଆସାମରେ ବଡ଼ ଧରଣର ଦୁର୍ଘଟଣା । ବସ୍ ଓ ଟ୍ରକ ମଧ୍ୟରେ ଧକ୍କା ଫଳରେ ୧୪ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ମିନି ବସରେ ପିକନିକ ପାଇଁ ଯାଉଥିବାବେଳେ ଗୋଲଘାଟ ଜାତୀୟ ରାଜପଥ ଉପରେ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଆହତଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆସାମର ଗୋଲାଘାଟ ଜିଲ୍ଲା ଡେରଗାଁରେ ଏହି ଦୁର୍ଘଟଣା ଘଟିଛି । ୧୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି ।୪୫ ଜଣ ବସରେ ପିକନିକ କରିବାକୁ ଯାଉଥିବା ବେଳେ ଭୋର ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି । କୋଇଲା ବୋଝେଇ ଟ୍ରକ ସହ ଧକ୍କା ହେବା ଯୋଗୁଁ ଏହି ଦୁର୍ଘଟଣା ଘଟିଛି । ଗୋଲାଘାଟ ଜିଲ୍ଲା ଦେରଗାଁଓ ବାଲିଜନ୍ ଗାଁ ନିକଟରେ ଏହି ମର୍ମନ୍ତୁଦ ଘଟଣା ଘଟିଛି ।