ଆନ୍ଦୋଳନରୁ ଓହରିଲେ ଟ୍ରକ ଡ୍ରାଇଭର ସଂଘ

ଆନ୍ଦୋଳନରୁ ଓହରିଛନ୍ତି ଟ୍ରକ ଡ୍ରାଇଭର ସଂଘ। ହିଟ୍‌ ଆଣ୍ଡ ରନ୍‌ ଆଇନ ବିରୋଧରେ ଆନ୍ଦୋଳନ ଜାରି ରଖିଥିବା ଟ୍ରକ୍‌ ଡ୍ରାଇଭରଙ୍କ ସହ କେନ୍ଦ୍ର ସରକାର ଆଲାଚନା କରିଛନ୍ତି। ଆଲୋଚନା ପରେ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ ଆସୋସିଏଶନ(AIMTC) ଏନେଇ ଘୋଷଣା କରିଛି। ସୂଚନାଯୋଗ୍ୟ, ହିଟ୍‌ ଆଣ୍ଡ ରନ୍‌ କାନୁନ ବିରୋଧରେ ଚାଲିଥିବା ପ୍ରଦର୍ଶନରେ ଦେଶବ୍ୟାପୀ ଜନଜୀବନ ପ୍ରଭାବିତ ହୋଇଛି। ମାମଲାକୁ ଗମ୍ଭୀରତାର ସହ ନେଇ କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ଟ୍ରକ୍‌ ଡ୍ରାଇଭର ସଂଘଙ୍କ ସହ ଆଲୋଚନା କରିଛନ୍ତି। ତେବେ ଆଲୋଚନା ସଫଳ ହୋଇଛି। ଫଳସ୍ବରପ ଡ୍ରାଇଭରମାନେ ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷେତ୍ରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି।